Below header

ଶିବରାତ୍ରୀରେ ଅପୂଜା ରହିଲେ ବାବା ଆଖଣ୍ଡଳମଣି, ମନ୍ଦିର ପରିସରରେ ୧୪୪ ଧାରା ଜାରି

ମଧୁପୁର ଗ୍ରାମରେ ଦୁଇଗୋଷ୍ଠୀଙ୍କ ଭିତରେ ବିବାଦ । ଶିବରାତ୍ରୀରେ ଅପୂଜା ରହିଲେ ବାବା ଆଖଣ୍ଡଳମଣି । ମନ୍ଦିର ପରିସରରେ ୧୪୪ ଧରା ଜାରି । ପୋଲିସ୍ ଛାଉଣିରେ ମନ୍ଦିର ଏବଂ ଗାଁ ।

କାକଟପୁର(କେନ୍ୟୁଜ): ଆଜି ହେଉଛି ପବିତ୍ର ଶିବରାତ୍ରୀ । ଗାଁ ଠାରୁ ସହର  ସବୁ ଶୈବପୀଠ ଏକ ପ୍ରକାର ଉତ୍ସବ ମୁଖର । ଆଜି ଶିବରାତ୍ରୀ ଅବସରରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମରେ ଦୁଇଗୋଷ୍ଠୀଙ୍କ ବିବାଦ ଯୋଗୁଁ ଆଜି ଭଳି ପବିତ୍ର ଦିନରେ ଗ୍ରାମରେ ପୂଜାପାଉଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇଛି ଭକ୍ତ ଶୂନ୍ୟ ।

ଦୁଇଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଯାଇଥିଲା । ସାମୁଦ୍ରିକ ଥାନା ଅଧିକାରୀ ଦୁଇ ଗୋଷ୍ଠୀଙ୍କୁ ଆପୋଷ ଆଲୋଚନା ମଧ୍ୟରେ ସମାଧାନ କରିବାକୁ ଚେଷ୍ଟା କରିଥିବାବେଳେ ତାହା ସମାଧାନ ହୋଇପାରିନଥିଲା ।

ଦୁଇ ଗୋଷ୍ଠୀଙ୍କ ତିକ୍ତତାକୁ ନେଇ ଆଗାମୀ ସମୟରେ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ପୋଲିସ ପ୍ରଶାସନ ଏବଂ ଅସ୍ତରଙ୍ଗ ତହସିଲ ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲଗାଇବା ସହିତ ମନ୍ଦିରରେ ସାମୁହିକ ପୂଜା ବନ୍ଦ କରାଯାଇଛି । ଯାହାକୁ ନେଇ ମଧୁପୁର ଗ୍ରାମରେ ଚାପା ଉତେଜନା ଲାଗି ରହିଥିବାବେଳେ ଗ୍ରାମରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.