ପୁଣି ମାତିଲା ମଣିଷଖିଆ କୁମ୍ଭୀର, ଭାଇ ସମ୍ମୁଖରୁ ଭାଇକୁ ଟାଣି ନେଲା

ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । ଜାଗରରେ ସକାଳୁ ସକାଳୁ ଘଟିଯାଇଛି ଏକ ବଡ଼ ଅଘଟଣ । ଚାହିଁରହିଥିଲା ଭାଇ ତା ସାମ୍ନାରୁ ଭାଇକୁ ଟାଣି ନେଲା କୁମ୍ଭୀର ।

କେନ୍ଦ୍ରାପଡ଼ା(କେନ୍ୟୁଜ୍‌): ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । ଜାଗରରେ ସକାଳୁ ସକାଳୁ ଘଟିଯାଇଛି ଏକ ବଡ଼ ଅଘଟଣ । ଚାହିଁରହିଥିଲା ଭାଇ ତା ସାମ୍ନାରୁ ଭାଇକୁ ଟାଣି ନେଲା କୁମ୍ଭୀର ।

ମୃତ ବ୍ୟକ୍ତି ହେଉଛନ୍ତି ନିମାଇଁ । ଆଜି ସକାଳେ ନିମାଇଁ ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ । ତାଙ୍କ ଭାଇ ଆଉ ସ୍ତ୍ରୀ ମଧ୍ୟ ତାଙ୍କୁ କାମରେ ସାହାଯ୍ୟରେ କରୁଥିଲେ । ଦୁହେଁ ଜାଗର ଓପାସ କରିଥିବାରୁ କାମ ସାରି ବାହାରି ଯାଇଥିଲେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ । ହେଲେ ଏହି ସମୟରେ ଗୋଟିଏ କୁମ୍ଭୀର ନଦୀରୁ ଆସି ନିମାଇଁଙ୍କୁ ଟାଣି ନେଇ ପଳାଇଥିଲା। ନିମାଇଁକୁ କୁମ୍ଭୀର ନିକଟରୁ ବଞ୍ଚାଇବାକୁ ଚିତ୍କାର କରିଥିଲେ ଭାଇ ମୋତେ କୁମ୍ଭୀର ଟାଣିନେଲା । ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଲେ ସେଥିରେ ସଫଳ ହୋଇ ନଥିଲେ । କୁମ୍ଭୀର ନିମାଇଁଙ୍କୁ ନଦୀକୁ ଟାଣିନେଇଥିଲା। ପରେ ନିମାଇଁଙ୍କ ସ୍ତ୍ରୀ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ।

ତେବେ ଏଭଳି ଏକ ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବ୍ରାହ୍ମଣୀ ନଦୀରେ ଦେଖିବାକୁ ମଳିଛି । ଦକ୍ଷିଣଭେଡା ଗାଁ ର ବାଇଧର ମଳିକ ନଦୀରେ ଶୌଚ ହେଉଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ବାଇଧରଙ୍କର କୌଣସି ପତ୍ତା ମିଳିନାହିଁ । ଏହି ଘଟଣା ପରେ ପୂରା ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଗତବର୍ଷ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷ ଏହା ପ୍ରଥମ ଘଟଣା । ଏନେଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.