ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିନ, ଝାରସୁଗୁଡ଼ାରେ ସାଧାରଣସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ

ଆଜି ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିନ । ଆଜି ଝାରସୁଗୁଡାରେ ଅନେକ କାର୍ଯ୍ୟକ୍ରମ ରହିଛି । ରାତ୍ରି ଯାପନ କରୁଥିବା ସ୍ଥାନରୁ ବାହାରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବେହେରମାଲ ରେ ଥିବା କିଷାନ ଛକକୁ ଯିବେ । ପୁରୁଣା ବସଷ୍ଟାଣ୍ଡରୁ ସକାଳ ୮ଟାରେ ଯାତ୍ରା ଆରମ୍ଭ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିନ । ଆଜି ଝାରସୁଗୁଡାରେ ଅନେକ କାର୍ଯ୍ୟକ୍ରମ ରହିଛି । ରାତ୍ରି ଯାପନ କରୁଥିବା ସ୍ଥାନରୁ ବାହାରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବେହେରମାଲରେ ଥିବା କିଷାନ ଛକକୁ ଯିବେ । ପୁରୁଣା ବସଷ୍ଟାଣ୍ଡରୁ ସକାଳ ୮ଟାରେ ଯାତ୍ରା ଆରମ୍ଭ ହୋଇଛି । ବେହେରାମାଲରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବ ।

କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେବେ ରାହୁଲ । ଏହାପରେ ବେଲପାହାଡ ଅଭିମୁଖେ ଯାତ୍ରା ଆରମ୍ଭ ହେବ । ଶେଷରେ ଓଡିଶା – ଛତିଶଗଡ଼ ସୀମାରେ ଥିବା ରେଙ୍ଗାଲିପାଲିରେ ଭାରତ ଯୋଡ ନ୍ୟାୟ ଯାତ୍ରାର ପତାକାକୁ ଛତିଶଗଡକୁ ହସ୍ତାନ୍ତର କରାଯିବ। ଫେବୁଆରୀ ୬ ରେ ଝାଡାଖଣ୍ଡ ସୀମା ଅତିକ୍ରମ କରି ବୀରମିତ୍ରପୁରରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.