ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ବ୍ରହ୍ମପୁର ହରବିନୋ ବିଦ୍ୟା ଭବନରେ ରେଡ୍‌

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ସହରର ହିଲପାଟଣାରେ ଥିବା ହରବିନୋ ବିଦ୍ୟା ଭବନରେ ରେଡ୍‌ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ମିଳିତ ଚଢ଼ାଉ ବେଳେ ଏହି ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ବିନା ପଞ୍ଜିକରଣରେ ଚାଲିଥିବା ଜଣାପଡ଼ିଛି । ଏଠାରେ ୪୭ ଜଣ ବାଳକବାଳିକା ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ । ଏନେଇ ଅନ୍ତେବାସୀଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଛି ଟିମ୍‌ । ଜିଲ୍ଲା ତଥା ବାହାରୁ ଗରିବ ପିଲା ହଷ୍ଟେଲରେ ରହି ପାଠ ପଢୁଥିଲେ । ବିଦ୍ୟାଳୟ ପାଇଁ ଶିକ୍ଷା ବିଭାଗର ଅନୁମତି ରହିଛି । ହେଲେ ହଷ୍ଟେଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମିତ ଦିଆଯାଇନାହିଁ । ଏନେଇ ତଦନ୍ତ ରିପୋର୍ଟ ପ୍ରଦାନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଢେଙ୍କାନାଳ ବେଲଟିକିରି ସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଆ ହୋମରେ ନିର‌୍ୟାତନା ଅଭିଯୋଗ ଆସିବା ପରେ ବିଭିନ୍ନ ଜିଲ୍ଲାରେ ଥିବା ସେଲଟର ହୋମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି ।

Leave A Reply

Your email address will not be published.