କୁଆଡ଼େ ଗଲେ ବିନୋଦ ? ORHDC ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ପୁଣି ତାଙ୍କ ଘରେ ରେଡ୍

ଭୁବନେଶ୍ବର : ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ୍ ହାଉସିଂ ଆଣ୍ଡ ଡେଭ୍ଲପ୍ମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍ ବିନୋଦ କୁମାରଙ୍କ ଘରେ ଆଜି ପୁଣି ରେଡ୍ । ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସର ଟିମ୍ ଚଢ଼ଉ କରିଛି । କିଛି କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ତେବେ ବିନୋଦ ଫେରାର ଅଛନ୍ତି । ଗତକାଲି ମଧ୍ୟ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । ସେହିଳଭି ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି । ଓଡ଼ିଶା ରୁରାଲ୍ ହାଉସିଂ ଆଣ୍ଡ ଡେଭ୍ଲପ୍ମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ଦୁଇଦିନ ତଳେ ୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଥିଲେ ।