Below header

ବିଦେଶୀ ବ୍ରାଣ୍ଡରେ ଅପମିଶ୍ରିତ ମଦ: ଗୁଇନ୍ଦା ଅବକାରୀ ବିଭାଗର ଚଢାଉ, ମଦ ବୋଝେଇ ମିନିଟ୍ରକ୍ ସହ ୪ ଅଟକ

ମାହାଙ୍ଗା(କେନ୍ଯୁଜ୍): ସରକାରୀ ମଦ ଦୋକାନରେ ବିଦେଶୀ ବ୍ରାଣ୍ଡର ଅପମିଶ୍ରିତ ମଦ ବିକ୍ରୀ କରାଯାଉଥିବା ଖବର ପାଇ ଗତକାଲି ସନ୍ଧ୍ୟାରେ ଗୁଇନ୍ଦା ଓ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ମାହାଙ୍ଗା ଗୋକନ ଏରକଣା ବାଜାର ଠାରେ ଥିବା ମଦ ଦୋକାନ ନିକଟରୁ ବିପୁଳ ପରିମାଣର ମଦ ବୋଝେଇ ମିନିଟ୍ରକ ଜବତ କରାଯିବା ସହ ଦୋକାନକୁ ବନ୍ଦ କରାଯାଇଥିଲା l ପରେ ୪ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି ଅବକାରୀ ବିଭାଗ।

ଏହି ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରୀନେଇ ଅଭିଯୋଗ ହେଉଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅଚାନକ ଗୁଇନ୍ଦା ଓ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ଼ ବିଦେଶୀ ମଦ ଦୋକାନ ଉପରେ ଛାପା ମାରିଥିଲା ।ବିପୁଳ ମାତ୍ରାର ବିଦେଶୀ ମଦ ବୋଝେଇ ଏକ ମିନିଟ୍ରକକୁ ଅବକାରୀ ପୋଲିସ ଘଟଣାସ୍ଥଳୀରୁ ନେଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ମଦ ଗାଡ଼ିରୁ ଲୁଟ ପାଟ ଆରମ୍ଭ କରିଦେଇଥିଲେ ।

ଅବକାରୀ ବିଭାଗ ପକ୍ଷରୁ ଲୋକ ମାନଙ୍କ ଘଉଡାଇ ଦେଇଥିଲେ। ପରେ ମଦ ଗାଡ଼ିକୁ ନେଇଯାଇଥିଲେ ଅବକାରୀ ବିଭାଗ । ତେବେ ମଦ ଦୋକାନ ନିକଟରେ ସ୍କୁଲ, କଲେଜ ଓ ଦେବାଳୟ ଥିବାରୁ ତୁରନ୍ତ ଏହି ମଦ ଦୋକାନ ବନ୍ଦ ପାଇଁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.