Below header

ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟର ଘଡ଼ଘଡ଼ି ସହ କୁଆପଥର ପଡ଼ିବ । ୧୫ ଓ ୧୬ ତାରିଖ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଶୁକ୍ରବାର ତୁଳନାରେ ଶନିବାର ଦିନ ଅଧିକ ବର୍ଷାର ସମ୍ଭାବନା ରହିଛି । ରବିବାର ଯାଏ ଆକାଶ ମେଘାଚ୍ଛନ୍ନ ରହିବ । ସୋମବାରକୁ ପୁଣି ପାଗରେ ପରିବର୍ତ୍ତନ ହେବ ।
ଦେଶର ଉତ୍ତର ଭାଗରେ ଏବେ ବର୍ଷା ଓ ବରଫ ପାତ ଜାରି ରହିଛି । ଏପଟେ ଓଡ଼ିଶା ସମେତ ବିହାର, ଆନ୍ଧ୍ର ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ସିକ୍କିମ ଆଦି ରାଜ୍ୟରେ ବର୍ଷା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.