ଯବାନଙ୍କ ଜୀବନ ନେଇଥିବା ଜହ୍ଲାଦ ଜିହାଦୀ

ଯବାନଙ୍କ ରକ୍ତରେ ହୋଲି ଖେଲିଛି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ। ଆତ୍ମଘାତୀ ବିସ୍ଫୋରଣ ଘଟାଇ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି। ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ଥିଲା ଆତ୍ମଘାତୀ ବିସ୍ଫୋରଣକାରୀ ଆତଙ୍କୀ ଆଦିଲ ଅହମ୍ମଦ ଦର୍‌। ତାକୁ ଆତ୍ମଘାତୀ ଟ୍ରେନିଂ ଦେଇଥିଲା ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ। ତାକୁ ଆତଙ୍କୀ ଟ୍ରେନିଂ ଦେଇଥିଲା ଅବଦୁଲ ରସିଦ ଗାଜି। ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଜୈସ-ଏ-ମହମ୍ମଦ କ୍ୟାମ୍ପରେ ପ୍ରଶିକ୍ଷକ ରହିଥିଲା ଅବଦୁଲ୍‌ ଗାଜି। ସେ ଆଫଗାନିସ୍ତାନର ମୂଳ ବାସିନ୍ଦା। ଗତବର୍ଷ ଡିସେମ୍ବର ମାସରେ ଅବଦୁଲ ଗାଜି ଭାରତରେ ପ୍ରବେଶ କରିଥିଲା। ନୂଆ ମିଶନରେ ତାକୁ ପଠାଇଥିଲା ଜୈସ୍‌-ଏ-ଆତଙ୍କବାଦୀ ସଂଗଠନ। ପୂର୍ବରୁ ଏନେଇ ଗୁଇନ୍ଦା ବିଭାଗ ବି ଆଲର୍ଟ ଜାରି କରିଥିଲା।

କିଛି ଦିନ ତଳେ ସଂଗଠନରେ ନାଁ ଲେଖାଇଥିଲା ଖାଲିଦ

ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲା ଖାଲିଦ ଅହମ୍ମଦ। ପୁଲଓ୍ଵାମା ଜିଲ୍ଲାର ଗୁଣ୍ଡିବାଗର ସେ ବାସିନ୍ଦା। ଗତ ମାସରେ ସେ ଜୈସ-ଏ-ମହମ୍ମଦ କ୍ୟାମ୍ପରେ ନାଁ ଲେଖାଇଥିଲା। ୨୦୧୮ ଫେବ୍ରୁଆରୀରେ ଆତଙ୍କବାଦୀ ଜାକିର ମୁସା ଗଞ୍ଜବତ-ଉଲ୍‌-ହିନ୍ଦରେ ସାମିଲ ହୋଇଥିଲା। ଏହାଥିଲା ଆତଙ୍କବାଦୀ ସଂଗଠନରେ ଆଦିଲର ଏଣ୍ଟ୍ରି। ଏହାପରେ ସେ ଜୈସର ସଦସ୍ୟତା ନେଇଥିଲା। ଯୋଜନା ଅନୁସାରେ, ସିଆରପିଏଫ୍‌ ଯବାନଙ୍କ କନଭୋୟକୁ ନିଜ କାରରେ ଧକ୍କା ଦେଇଥିଲା ଖାଲିଦ। ତା କାରରେ ଥିବା ପାଖାପାଖି ଦୁଇ ଶହ କିଲୋ ବିସ୍ଫୋରକ।

Khalid Mohammad dar

ବିସ୍ଫୋରଣ ପୂର୍ବରୁ କରିଥିଲା ଭିଡିଓ

ବିସ୍ଫୋରଣ ଘଟାଇବା ଆଗରୁ ଭିଡିଓ କରିଥିଲା ଆଦିଲ ଅହମ୍ମଦ। ଯେଉଁଥିରେ ସେ ଆତ୍ମଘାତୀ ବିସ୍ଫୋରଣ କରିବା କଥା କହିଥିଲା। ଏହାସହ ତାର ଗୋଟିଏ ଫଟୋ ବି ସାମନାକୁ ଆସିଛି। ଯେଉଁଥିଲେ ସେ ନିଜକୁ ଜୈସ-ଏ-ମହମ୍ମଦର କମାଣ୍ଡର ବୋଲି କହୁଛି। ନିଜ ଫଟୋରେ ସେ ଲେଖିଥିଲା, ‘ଗିନ ରଖା ହୈ ଅପନେ ଲହୁ କା କତରା ହମନେ, ନ ବର୍ଷୋ ସେ ହମାରେ ସହିଦଦ ହମେଁ। ଜୋ ହମନେ ତୁମକୋ ଏକ-ଏକ କତରା ଗିନବାୟା ନେହିଁ-ହାଜିଦ ବିନ୍‌ ତଲହା’।

କରାଚିରେ ରାଲି, ଭାରତରେ ହମ୍‌ଲା

ଗତ ଫେବ୍ରୁଆରୀ ୫ ତାରିଖରେ ପାକିସ୍ତାନର କରାଚିରେ ଏକ ରାଲି କରିଥିଲା ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ। ଏଥିରେ ସାମିଲ ହୋଇଥିଲା ସଂଗଠନର ମୁଖ୍ୟ ମୌଲାନା ମସୁଦ ଅଜହରର ସାନ ଭାଈ। ରାଲିରେ ଭାରତରେ ବିସ୍ଫୋରଣ ଘଟାଇବାକୁ ୭ଟି ଟିମ୍‌ ପଠାଇବା ପାଇଁ ଘୋଷଣା କରିଥିଲା ଜୈସ-ଏ-ମହମ୍ମଦ। ଏହାପରେ ଗୁଇନ୍ଦା ସୂଚନା ଆଧାରରେ ଜମ୍ମୁ କାଶ୍ମୀରରେ ଜାରି ହୋଇଥିଲା ଆଲର୍ଟ। ସପ୍ତାହେ ଯାଇଛି, କଥାକୁ କାମରେ କରି ଦେଖାଇ ଦେଲା ଜୈସ-ଏ-ମହମ୍ମଦ। ଟାର୍ଗେଟରେ ପହଞ୍ଚିଗଲା। ସଫଳ ହୋଇଗଲା ଭାରତରେ ଆତଙ୍କୀର ମିଶନ ଆତଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.