Below header

କାହାକୁ ମିଳିବ ଟିକେଟ, କଂଗ୍ରେସରେ ପ୍ରାର୍ଥୀ ଚୟନ ନେଇ କସରତ ଜାରି

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି. ଡି.ସତିଶାନ ଓ ସଦସ୍ୟ ନୌସାଦ ସୋଲାଙ୍କି ରାଜ୍ୟ କଂଗ୍ରେସ ଭବନରେ ପୁରୀ ଓ ଜଗତସିଂହପୁର ଲୋକସଭା ଓ ଏହି ଦୁଇ ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ଚୟନ ବାବଦରେ ଆଲୋଚନା କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି, ପିସିସି ସଭ୍ୟ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦଙ୍କ ସହ ବିଚାରବିମର୍ଶ କରିଛନ୍ତି ଏଆଇସିସି ସ୍କ୍ରିନିଂ କମିଟି ସଦସ୍ୟ। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ମହିଳା ଓ ଯୁବ ବର୍ଗଙ୍କୁ ଦଳ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସ୍କ୍ରିନିଙ୍ଗ କମିଟି ଅଧକ୍ଷ । ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପରେ ଏହାକୁ ଅନୁମୋଦନ ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.