କିଟରେ ଉଦଯାପିତ ହେଲା ଦୁଇ ଦିନିଆ ଅନ୍ତର୍ଜାତୀୟ ଡ୍ୟାମ ସେପ୍ଟି କନଫରେନସ୍

ଭୁବନେଶ୍ୱର(କେନ୍ଯୁଜ୍) :ଭୁବନେଶ୍ୱର କିଟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ଡ୍ୟାମ ସେପ୍ଟି କନଫରେନସ୍ ଉଦଯାପିତ । ସମ୍ମିଳନୀର ଦ୍ୱିତୀୟ ତଥା ଶେଷଦିନରେ ଡ୍ୟାମର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଉପରେ ଆଲୋଚନା କରାଯାଇଛି । କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଆଜି ସମ୍ମିଳନୀରେ ଯୋଗ ଦେଇ ଡ୍ୟାମ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ୩୦ଟି ରାଷ୍ଟ୍ରରୁ ଶହେରୁ ଅଧିକ ବିଶେଷଜ୍ଞ ଡ୍ୟାମ ସୁରକ୍ଷା ଉପରେ ସେମାନଙ୍କ ମତାମତ ରଖିଛନ୍ତି ।

ସାରା ବିଶ୍ୱରେ ବୃହତ୍ ଡ୍ୟାମ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ତୃତୀୟ । ଦେଶରେ ୫ହଜାର ୨ଶହ ୬୪ଟି ବୃହତ ଡ୍ୟାମ କାର‌୍ୟ୍ୟକ୍ଷମ ଥିବା ବେଳେ ୪୩୭ଟି ନିର୍ମାଣ କାମ ଚାଲିଛି । ୨୦୯ଟି ଡ୍ୟାମ ଶହେ ବର୍ଷ ତଳର । ଯେଉଁଥିରୁ ଅଧିକାଂଶ ଡ୍ୟାମର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ଡ୍ୟାମ ସୁରକ୍ଷା ନେଇ ବିଭିନ୍ନ ଚ୍ୟାଲେଞ୍ଜ ଓ ରକ୍ଷଣାବେକ୍ଷଣ ପାଇଁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କିପରି କରାଯାଇପାରିବ ତାହା ହେଉଛି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.