Below header

ଆନନ୍ଦପୁର ଡାକ୍ତରଖାନା ୱାର୍ଡ ଭିତରେ ପଶିଲା ବର୍ଷା ପାଣି

କେନ୍ଦୁଝର : ଲଗାଣ ବର୍ଷାରେ ଉବୁଟୁବୁ ଡାକ୍ତରଖାନା। ପୁରିଥରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ସୃଷ୍ଟି ହେଲା ଅଭାବନୀୟ ପରିସ୍ଥିତି। ଉପଖଣ୍ଡ ଡାକ୍ତରଖାନାର ଭେଷଜ ଓ ମହିଳା ୱାର୍ଡରେ ବର୍ଷା ପାଣି ପଶିଯାଇଛି। ୱାର୍ଡ ଭିତରେ ପାଣି ପଶିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ଏପରିକି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବେଡ ତଳକୁ ଓହ୍ଲାଇ ପାରୁ ନଥିବା ଦେଖିବାକୁ ମିଳିଥିଲା। ଏପରିକି ସ୍ଥିତି ଏଭଳି ହୋଇଥିଲାଯେ ଛାତରୁ ପାଣି ଗଳୁଥିବାରୁ ବେଡରେ ଛତା ଧରି ବସିବାକୁ ପଡୁଥିବା କେତେକ ରୋଗୀ କହିଛନ୍ତି। ନିମ୍ନ ମାନର ଠିକା କାମ ଯୋଗୁଁ ଡାକ୍ତରଖାନା ୱାର୍ଡ ଭିତରେ ବାରମ୍ବାର ପାଣି ପଶୁଥିବା ଅଭିଯୋଗ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.