ଓଠ ରଙ୍ଗରୁ ଜଣାପଡ଼ିବ ସ୍ବାସ୍ଥ୍ୟ ଜନିତ ସମସ୍ୟା

ଚେହାରର ଆକର୍ଷଣୀୟ ଅଂଶ ରହିଥାଏ ଓଠ। ସମସ୍ତ ବ୍ୟକ୍ତିଙ୍କ ଓଠର ଗଠନ ଏବଂ ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ଆପଣ ଜଣିଛନ୍ତି କି, ଆପଣଙ୍କ ଓଠର ପ୍ରାକୃତିକ ରଙ୍ଗରୁ ଆପଣଙ୍କ ଶରୀର ସମ୍ବନ୍ଧୀୟ ଅନେକ ଅଜଣା କଥା ଜଣାପଡ଼ିବ। ଖାଲି ସେତିକି ନୁହଁ ଏଥିରୁ ଆପଣଙ୍କ ଦୈନନ୍ଦିନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଜଣାପଡ଼ିଥାଏ।

ନାଲି ରଙ୍ଗ:

ଯଦି ଆପଣଙ୍କ ଓଠ ସଂପୂର୍ଣ୍ଣ ନାଲି ରଙ୍ଗର ହୋଇଥାଏ ତେବେ ଆପରଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଥାଏ। ଏହା ଅର୍ଥ ସେହି ବ୍ୟକ୍ତିଙ୍କର ଲିଭର ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି। ତାଙ୍କର ଲିଭର ଦୁର୍ବଳ ରହିବା ସହ ଅଧିକ ଅସୁବିଧାର ସମ୍ମୁଖିନ ରହିଥାଏ।

ହାଲୁକା ହଳଦିଆ :

କିଛି ବ୍ୟକ୍ତିଙ୍କ ଓଠ ହାଲୁକା ହଳଦିଆ ମଧ୍ୟ ନଜର ଆସିଥାଏ। ଏହା ଖାସ କରି ଶରୀରରେ ଏମିନିଆର ଅଭାବ କାରଣରୁ ହୋଇଥାଏ। ଏହା ଅର୍ଥ ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ସହ ରକ୍ତ କଣିକାର ପରିମାଣ କମ ରହିବା ସହ ଆଇରନ୍ ଏବଂ ଭିଟାମିନ୍ ସିର ମଧ୍ୟ ଘୋର ଅଭାବ ଦେଖାଯାଇଥାଏ।

ଗୋଲାପି ରଙ୍ଗର :

ଏପରି ରଙ୍ଗର ଓଠ ବ୍ୟକ୍ତିଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଏଣୁ ଏମାନଙ୍କୁ ଯେତେ ସମ୍ବଭ ବାହାର ଖାଇବା ତଥା ଫାଷ୍ଟଫୁଡ଼ରୁ ଦୂରେଇ ରହିବା ଦରକାର। ଏପରି ରଙ୍ଗର ଓଠ ଥିବା ବ୍ୟକ୍ତିଙ୍କ ନିକଟରେ ହୃଦ ଜନିତ ସମସ୍ୟା ମଧ୍ୟ ଅଧିକ ରହିଥାଏ।
ହାଲୁକା ବାଦାମୀ ରଙ୍ଗ :
ଯେଉଁ ବ୍ୟକ୍ତିଙ୍କର ଓଠ ହାଲୁକା ବାଦାମୀ ରଙ୍ଗ ରହିଥାଏ ସେମାନଙ୍କର ଶରୀର ଅସୁନ୍ତୁଳିତ ସ୍ଥିତିରେ ରହିଥାଏ। ଏହା ବ୍ୟକ୍ତଙ୍କ ଶରୀରର ତାପମାତ୍ରା ବାରମ୍ବାର ବଦଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.