Below header

ଏମଆଇ ଏ୨ ଆଜି ହେବ ଭାରତରେ ଲଞ୍ଚ

ନୂଆଦିଲ୍ଳୀ : ସାଓମି ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନୀ ଏହି ହେଣ୍ଡସେଟକୁ ଗତମାସରେ ସ୍ପେନରେ ଆୟୋଜିତ ହୋଇଥିବା ଏକ ଗ୍ଲୋବାଲ ଇଭେଣ୍ଟରେ ଲଞ୍ଚ କରାଯାଇଥିଲା। ଆଜି ନୂଆଦିଲ୍ଳୀରେ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ଏହି ମୋବାଇଲର ଭାରତ ପ୍ରବେଶ କରାଯାଇଛି। ଏହି ଇଭେଣ୍ଟ ସନ୍ଧ୍ୟା ୪ଟାରେ ଆରମ୍ଭ ହେବାକୁ ଯାଉଛି। ଏହାର ଲାଇଭ୍ ଷ୍ଟିମିଂ କମ୍ପାନୀର ଅଫିସିଆଲ ଆଇଡ଼ିରେ କରାଯିବ।

ଏମଆଇ ଏ୨ ହ୍ୟାଣ୍ଡସେଟଟି କମ୍ପାନୀର ୬ଏକ୍ସ ମଡ଼େଲର ଗ୍ଲୋବାଲ ବାରିଏଣ୍ଟ। ଚଳିତ ବର୍ଷ ଏମଆଇ ୬ଏକ୍ସକୁ ଚାଇନାରେ ଲଞ୍ଚ କରାଯାଇଥିଲା ତେବେ ୬ଏକ୍ସ ମୋବାଇଲରେ ଏ୨ର ସମସ୍ତ ଫିଚର ରହିଛି। ସ୍ମାର୍ଟଫୋନଟିକୁ ଏକ୍ଲୁସିଭ୍ ଭାବେ ଆମାଜନରେ ଲଞ୍ଚ କରାଯିବ।

ସାଓମି ଏମଆଇ ଏ୨ରେ ତିନୋଟି ଜିବି ଭେରିଏଣ୍ଟ ରହିଛି। ଏହାର ୪/୩୨ ଜିବି ରାମ୍ , ୪/୬୪ଜିବି ରାମ୍ ଏବଂ ୬/୧୨୮ ଜିବିର ଫୋନ ରହିଛି। ଏହାର ମୂଲ୍ୟ ୨୦ ହଜାରରୁ ଆରମ୍ଭ କରି ୨୮,୧୦୦ଟଙ୍କା ପର୍ୟ୍ୟନ୍ତ ରହିଛି। ମୋବାଇଲର ସ୍କ୍ରିନ୍ ୫,୯୯ ଇଞ୍ଚ ରହିଥିବା ବେଳେ ଅକ୍ଟାକୋର ରିଶିୟୋ ୧୮.୯ ପ୍ରୋସେସର ରିହିଛି। ଫୋନରେ କ୍ବାଲକମ୍ ସ୍ନାପଡ଼୍ରାଗନ୍ ୬୬୦ପ୍ରୋସେସର ଏବଂ ଗ୍ରାଫିକ୍ ପାଇଁ ଅଡ଼୍ରେନୋ ୫୧୨ ଜିପିୟୁ ଦିଆଯାଇଛି। ସ୍ମାର୍ଟଫୋନଟି ଗୁଗୁଲ ଆନଡ଼୍ରୋଏଡ଼ ୱାନ ପ୍ରୋଗାମ ବିଶିଷ୍ଟ । ସାଓମି ଏମଆଇ ଏ୨ର ବ୍ୟାଟେରୀ ୩୦୧୦ଏମଏଏଚ୍ ରହିଛି। ଏହାର ଅନ୍ୟନ୍ୟା ଫିଚର ବିଷୟରେ କିଛି ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.