ମେକ ଇନ ଓଡିଶା : ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଓଡ଼ିଶା ସରକାର ନିବେଶକଙ୍କୁ ଦେବେ ସବୁ ପ୍ରକାର ସାହାଯ୍ୟ। ଯାହା ଆଉ କେଉଁଠୁ ମିଳିବନି। ଭୁବନେଶ୍ୱରରେ ୱାର୍ଲଡ ସ୍କିଲ୍‌ ସେଣ୍ଟର ଖୋଲିଛି । ଖୁବ ଶୀଘ୍ର ଷ୍ଟାର୍ଟ ଅଫ୍‌ ଓଡ଼ିଶା ଅଭିଯାନ ଆରମ୍ଭ ହେବ । ବିଶ୍ୱର ୫୦ ଟପ୍‌ ସ୍ମାର୍ଟ ସିଟି ମଧ୍ୟରୁ ଭୁବନେଶ୍ୱର ଗୋଟିଏ । ମୁମ୍ବାଇ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ମିଟ୍‌ରେ ନବୀନ ନିବେଶକଙ୍କୁ ଆହ୍ଵାନ ଦେବା ସହ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ ।

ଏଥିରେ କେ.ଏମ୍ ବିର୍ଲା ଓ ଆନନ୍ଦ ମହିନ୍ଦ୍ରା ଉପସ୍ଥିତ ଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କେଉଁ କେଉଁ ଉପକୂଳ ବାତାବରଣ ରହିଛି, ସେନେଇ ଏକ ଭିଡିଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାଶଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି । ଆଇ ଆମ୍ ଓଡ଼ିଶା ମାଇକ୍ରୋସାଇଟ୍ ଓ ସୋସିଆଲ ପୋଷ୍ଟ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ମାଇକ୍ରୋ ସାଇଟ୍ ଆଣ୍ଡ ମୋବାଇଲ ଆପ୍ଲିକେସନ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲଞ୍ଚ କରାଯିବ । କିପରି ମ୍ୟାନୁଫ୍ୟାକଚରିଂ, ଫୁଟ୍ ପ୍ରୋସେସିଂ, ମିନରାଲସ୍ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପୁଞ୍ଜିନିବେଶର ସୁଯୋଗ ରହିଛି, ସେ ବିଷୟରେ ଶିଳ୍ପ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ସଞ୍ଜୀବ ଚୋପ୍ରା ଅବଗତ କରାଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.