୩ ଦଫା ଦାବିରେ ଭଞ୍ଜସେନା ପକ୍ଷରୁ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା

ରାଇରଙ୍ଗପୁର (କେନ୍ଯୁଜ) : ଆଜି ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ । ୩ ଦଫା ଦାବିରେ ଭଞ୍ଜସେନା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରାଇରଙ୍ଗପୁର ହସ୍ପିଟାଲର ଉନ୍ନତିକରଣ, ରାଇରଙ୍ଗପୁର ସହରକୁ ଭାଲୁବସାରୁ ପୁରୁଣାପାଣିକୁ ବାଇପାସ୍‌ ନିର୍ମାଣ ଓ ଅତିରିକ୍ତ ଜିଲ୍ଲା ପଦବୀ ସୃଷ୍ଟି ପାଇଁ ଦାବି ହୋଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ଫଳରେ ରାଇରଙ୍ଗପୁର ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଯାନବାହାନ । ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଛକରେ ପୋଲିସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.