Below header

ବେଗୁନିଆ: ପାନ ବିନା ରଜ ମଜା ଅଧୁରା, ସାରୁଅ ବଜାରରେ ରଜ ପାଇଁ ଖିଲି ପାନର ଚାହିଦା ଅଧିକ

ବେଗୁନିଆ(କେନ୍ୟୁଜ୍): ପାନ ବିନା ରଜ ମଜା ଅଧୁରା। ଏଥିପାଇଁ ରଜରେ ପାନର ରହିଛି ସ୍ୱତନ୍ତ୍ରତା। ଏଥିପାଇଁ ପାନ ଦୋକାନରେ ବି ଲୋକଙ୍କ ଭିଡ଼ ଜମୁଛି। ପାନ ଦୋକାନୀ ବି ରଜ ପାଇଁ ସ୍ୱତନ୍ତ୍ର ପାନ ତିଆରି କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ବଜାରରେ ରଜ ପାଇଁ ଖିଲି ପାନର ଚାହିଦା ଅଧିକ। ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ କିସମର ରଜ ପାନ ମିଳୁଛି।

panaଏବର୍ଷ ଫାୟାର ପାନର ଚାହିଦା ଟିକେ ଅଧିକ ରହିଛି। ସାରୁଅରେ ରଜ ବେଳେ ସ୍ୱତନ୍ତ୍ର ପାନ ଦୋକାନ ବି ଖୋଲିଥାଏ। ରଙ୍ଗବେରଙ୍ଗ ମସଲାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳ ପାନ ଦେଇ ଥାଆନ୍ତି ଦୋକାନୀ। ୫୦ରୁ ଅଧିକ କିସମର ପାନ ମିଳୁଛି ଏଠାରେ। ପାନ ଖଣ୍ଡକୁ ଦଶ ଟଙ୍କାରୁ ଆରମ୍ଭ କରି ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଦାମ ରହିଛି। କଟକ, ଭଉବନେଶ୍ୱରରୁ ବି ଗ୍ରାହକ ଏଠାକୁ ଆସୁଛନ୍ତି ରଜ ପାନ ନେବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.