ନିଆଳିରେ ପୁଣି ନାବାଳିକା ଦୁଷ୍କର୍ମ, ପରିବାର ପକ୍ଷରୁ ନିଆଳି ଥାନାରେ ଅଭିଯୋଗ

ନିଆଳି: ପୁଣି ଲଜ୍ଜା । ସାରା ଦେଶ ପ୍ରୟଙ୍କା ରେଡ୍ଡି ବଳାତ୍କାର ମୃତ୍ୟୁ ଘଟଣାରେ ଲଜ୍ଜିତ ଥିବାବେଳେ ନିଆଳିରେ ନାବାଳିକା ପ୍ରତି ଦୁଷ୍କର୍ମ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ନିଆଳି ଥାନା ଟୋଲା ଗୋପିନାଥପୁର ଗାଁର ୮ବର୍ଷ ନାବାଳିକା ଝିଅକୁ ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିଅଟି ଏକୁଟିଆ ଖେଳୁଥିବା ବେଳେ କୃଷ୍ଣ ଚନ୍ଦ୍ର ମଲିକ ନାମକ ଜଣେ ବ୍ୟକ୍ତି ପାଖକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ନିଆଳି ଥାନାରେ ନାବାଳିକା ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ କୃଷ୍ଣ ଫେରାର ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.