Below header

ପୁଣି କଳାହାଣ୍ଡିରେ ଲଜ୍ଜା, ଲିଫ୍‌ଟ ଦେବା ବାହାନାରେ ଯୁବତୀଙ୍କୁ କାର ଭିତରେ ଦୁଷ୍କର୍ମ ଅଭିଯୋଗ

ପୁଣି କଳାହାଣ୍ଡିରେ ଦୁଷ୍କର୍ମ ଅଭିଯୋଗ। ଜାରିଂ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା ଥମି ନଥିବା ବେଳେ ପୁଣି ଆଉଏକ ଘଟଣା ସାମନାକୁ ଆସିଛି। ଲିଫ୍‌ଟ ଦେବା ବାହାନାରେ ଯୁବତୀଙ୍କୁ କାର ଭିତରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜୟପାଟଣା ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଗତ ୫ତାରିଖରେ ଭୁବନେଶ୍ୱରରୁ ଯୁବତୀ ଜଣକ ଘରୋଇ ବସରେ ଜୟପାଟଣା ଆସୁଥିବା ବେଳେ ଭବାନୀପାଟଣାରେ ଶୌଚ ପାଇଁ ଓହ୍ଲାଇଥିଲେ। ତେବେ ସେ ବସ ପଳାଇଯାଇଥିବାରୁ ଜଣେ ଯୁବକ ତାଙ୍କୁ ଜୟପାଟଣା ପର୍ଯ୍ୟନ୍ତ ଛାଡ଼ି ଦେବାକୁ କହିଥିଲା। ଯୁବତୀ ଜଣକ କାରରେ ଯିବା ବେଳେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ଯୁବକ ଜଣକ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.