ମଣିଷ ତ ମଣିଷ ଏବେ କୁକୁର ବି ମାନୁଛି ଟ୍ରାଫିକ୍ ନିୟମ ଓ ପିନ୍ଧୁଛି ହେଲ୍ମେଟ୍, ଭାଇରାଲ ହେଉଛି ଫଟୋ

ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସୋସିଆଲ ମିଡିଆରେ ଏନେଇ ଅନେକ ମଜାଳିଆ ଫଟୋ ଓ ମିମ୍ସ ସେୟାର କରାଯାଉଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରାଫିକ୍ ନିୟମ ସମ୍ବନ୍ଧୀୟ ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଏହି ଫଟୋ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି। ଫଟୋରେ ଏକ କୁକୁର ବାଇକ୍ ପଛରେ ହେଲ୍ମେଟ୍ ପିନ୍ଧି ବସିଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଫଟୋ:
My all-time.favourite #doggo pic from #delhi ❤️ such a good boy, this #dog. Should be @DelhiTrafficPol campaign for using helmets pic.twitter.com/briwXXuZYB
— prerna singh bindra (@prernabindra) October 19, 2019
ଫଟୋଟି ଦିଲ୍ଲୀର ବୋଲି ଜଣାପଡ଼ିଛି। ଫଟୋରେ କୁକୁରଟି ଏକ ବାଇକ୍ ପଛରେ ବସିଛି। ବାଇକ୍କୁ ମାଲିକ ଚଲାଉଥିବା ବେଳେ କୁକୁରଟି ଖୁବ୍ ଶାନ୍ତ ଭାବେ ବାଇକ୍ ପଛରେ ହେଲ୍ମେଟ୍ ପିନ୍ଧି ବସିଥିବା ନଜର ଆସିଛି। ସୂଚନାଯୋଗ୍ୟ ଯେ, ଏହି ଫଟୋଟି ୪ ବର୍ଷ ତଳର। ୨୦୧୫ ମସିହାରେ ଏହି ଫଟୋଟିକୁ ଉଠାଯାଇଥିଲା। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପୁଣିଥରେ ଫଟୋଟି ଚର୍ଚ୍ଚାର ପରିସରକୁ ଆସିଛି।
Beautiful. @RaoKavitha @Khaleeqrahman & @uthagainstspeed – we should use this image for the on going campaign to promote crash helmet use. https://t.co/HDWdMFF4DZ
— Dr Andrew Fleming (@Andrew007Uk) October 19, 2019
ପ୍ରେରଣା ସିଂହ ବିନ୍ଦ୍ରା ନାମକ ଜଣେ ଟ୍ଵିଟର ୟୁଜର ଏହି ଫଟୋକୁ ନିଜ ଆକାଉଣ୍ଟରେ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ଯେ ଏହି ଫଟୋଟି ମୋର ସବୁଠାରୁ ଅଧିକ ପସନ୍ଦ। ଦିଲ୍ଲୀର ଏହି କୁକୁରଟି କେତେ ଶାନ୍ତ ଓ ନମ୍ର। ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନତା କରିବା ଲାଗି ଏହି ଫଟୋକୁ ବ୍ୟବହାର କରାଯିବା ଉଚିତ୍। ତେବେ ଅନ୍ୟ ୟୁଜରମାନେ ମଧ୍ୟ ପ୍ରେରଣାଙ୍କ କଥାକୁ ସମର୍ଥନ ଜଣାଇ ଫଟୋକୁ ସେୟାର କରିଥିବା ଦେଖିବାକୁ ମିଳିଛି।
Somebody shared this pic with a caption
*Delhi mei traffic police ka Khauf* @dtptraffic @DelhiPolice pic.twitter.com/Lz9m1AXTko— Himanshu Gupta (@gupta_iitdelhi) September 5, 2019
ଏହାସହ ପଢ଼ନ୍ତୁ: ଟିକ୍ଟକ୍ କରୁଥିବା ବେଳେ ମହିଳାଙ୍କ ପଛରେ ଚାଲୁଥିଲା ଭୂତ, ଭିଡିଓ ଦେଖିଲେ ଆପଣ ବି ଡରିଯିବେ
It’s love for the companion and family which is driving towards safety and rules.
Delhi walon ke pass paise aur contacts ki kami nahi hai.— Kunal (@kunalone) September 6, 2019
ବର୍ତ୍ତମାନ ପର୍ଯ୍ୟନ୍ତ ଫଟୋଟିକୁ ଲକ୍ଷାଧିକ ୟୁଜର ଦେଖିସାରିଥିବା ବେଳେ ସେୟାର ମଧ୍ୟ ଜାରି ରହିଛି।