ପୁରୀ: ଗଡ଼ଭିଙ୍ଗୁରାରେ ଦେଖାଗଲା ଏଲିଅନ ବେଙ୍ଗ
ପୁରୀ (କେନ୍ଯୁଜ): ସଦର ଥାନା ଅଧିନ ଗଡ଼ଭିଙ୍ଗୁରା ଗ୍ରାମରେ ଏକ ବିରଳ ପ୍ରଜାତିର ଜୀବ ଦେଖାଯାଇଛି। ଏହାକୁ ଏଲିଏନ ବେଙ୍ଗ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜୀବଟି ହଠାତ ମାଟିତଳୁ ବାହାରିଥିଲା। ଜୀବଟି ଦେଖିବାକୁ ବେଙ୍ଗ ଭଳି। କିନ୍ତୁ ମୁଣ୍ଡଟି ଅଦ୍ଭୁତ। ଉକ୍ତ ଜୀବଟି କଇଁଛ ଭଳି ଚାଲୁଛି।
ବେଙ୍ଗକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ ତାକୁ ଧରିବାକୁ ଲୋକେ ଭୟ କରିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।