Below header

ଗଞ୍ଜେଇ ମାଫିଆଙ୍କ ଉପରେ ରୋକ ଲଗାଇଲେ କୋର୍ଟ, ଆଗକୁ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ

ଜୟପୁର (କେନ୍ଯୁଜ): ଜୟପୁର ପୋଲିସକୁ ମିଳିଛି ବଡ ସଫଳତା ଯାହା ଜିଲ୍ଲାରେ ପ୍ରଥମ ଘଟଣା । ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ । ଗତ ୨୪ ତାରିଖର ଏକ ଗଞ୍ଜେଇ ଜବତ ଘଟଣାରେ ଏଭଳି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ କୋଲକାତା ଇଷ୍ଟ ଜୋନ କାର୍ଯ୍ୟାଳୟ ପକ୍ଷରୁ ଏନଡିପିଏସ ଆକ୍ଟ ଆଧାରରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି ।

କୋରାପୁଟ ଜିଲ୍ଲାରେ ଏକ ପ୍ରଥମ ଘଟଣା । ଗଞ୍ଜେଇ ମାମଲାରେ ଜଲାପୁଟ ଅଞ୍ଚଳର ଗିରଫ ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କରେ ଥିବା ୯୬ ଲକ୍ଷ ୫୦ ହଜାର ଟଙ୍କାକୁ ବାଜ୍ୟାପ୍ତି କରିଛନ୍ତି କୋର୍ଟ । ଏନେଇ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପୋଲିସ ସ୍କାନରରେ ରହିବେ ଗଞ୍ଜେଇ ମାଫିଆ ଓ ସମସ୍ତ ତଥ୍ୟ ପ୍ରମାଣ ସହ ଏଭଳି ଅଭିଯାନ ଜାରି ରହିବ ଯାହା ଏହି କାରବାର ଉପରେ ରୋକ ଲଗେଇବ ବୋଲି କହିଛନ୍ତି ଅରୁପ ଅଭିଷେକ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.