Below header

ଲକଡାଉନ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ

ପୁରୀ (କେନ୍ୟୁଜ) : ଲକଡାଉନ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । କଟକଣା ପାଳନ କରି ରଥ ନିର୍ମାଣ କରୁଛନ୍ତି ବିଶ୍ୱକର୍ମା ମହାରଣା । ଏବେ ୩ ରଥର ମହାରଣା ରଥ ପାଇଁ ଆବଶ୍ୟକ ୪୨ଟି ତୁମ୍ବ ନିର୍ମାଣର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେଥିପାଇଁ ରଥକାଠକୁ ତୁମ୍ବ ଆକାରରେ ଚିରାଟ କାର୍ଯ୍ୟ କରୁଛନ୍ତି କରତୀ ସେବାୟତ । ସାମାଜିକ ଦୂରତା ରକ୍ଷା କରି ଓ ସାନିଟାଇଜର ବ୍ୟବହାର କରି ରଥ ନିର୍ମାଣ ଚାଲିଛି । ଏପଟେ ରଥ ପାଇଁ ଚଳିତବର୍ଷ ଆବଶ୍ୟକ ୭୯୬ ଖଣ୍ଡ କାଠ ମଧ୍ୟରୁ ୧୦ ଖଣ୍ଡ ଛାଡି ବାକି ୭୮୬ କାଠ ଆସିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.