Below header

ସାଗର ରାଣା ହତ୍ଯା ମାମଲା: ଫେରାର ଅଲମ୍ପିଆନ ସୁଶୀଲ କୁମାରଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ପୋଲିସ

ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ କୁସ୍ତିଯୋଦ୍ଧା ସାଗର ରାଣା ହତ୍ଯା ମାମଲାରେ ଫେରାର ରହିଥିବା ଅଲମ୍ପିକ ବିଜେତା ସୁଶୀଲ କୁମାର ଏବଂ ତାଙ୍କ ସାଥୀକୁ ଧରିବା ପାଇଁ ପୋଲିସ ପୁରସ୍କାର ଘୋଷଣା କରିଛି। ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀ ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଛି। ଏହାଛଡା ତାଙ୍କ ସହଯୋଗୀ ଅଜୟଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

କିନ୍ତୁ ଏବେ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍ ସୁଶୀଲ କୁମାର ଆତ୍ମସମର୍ପଣ ପାଇଁ ଚିନ୍ତା କରୁଛନ୍ତି । ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରର କୌଣସି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି । ଏକ ହ୍ୱାଟସଆପ୍ କଲରୁ ଏନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରୋହିଣୀ କୋର୍ଟ ସୁଶୀଲ ଏବଂ ୬ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରିଛି। ମୋବାଇଲ ଲୋକେସନ ଏବଂ ଯାଞ୍ଚରୁ ଜଣାପଡ଼ୁଛି ଯେ, ସୁଶୀଲ ହରିଦ୍ବାରର ଏକ ବାବାଙ୍କ ଆଶ୍ରମରେ ଲୁଚିଛନ୍ତି। ତାଙ୍କ ବିରୋଧରେ ପୋଲିସ ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି କରିସାରିଛି। ଷ୍ଟାଡିୟମରେ କାମ କରୁଥିବା ୧୭ ଲୋକଙ୍କ ବୟାନ ମଧ୍ୟ ରେକର୍ଡ ସରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.