Below header

କାହାର ଭୁଲ ପାଇଁ ଲିଭିଗଲା ୧୦ ଜୀବନ ଦୀପ ?

କଟକ (କେନ୍ଯୁଜ୍) : ବସ୍‌ ଯାତ୍ରାରୁ ଅନ୍ତିମ ଯାତ୍ରା । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଆଗରୁ ଲିଭିଗଲା ଜୀବନ ଦୀପ। କଟକରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।  ତେବେ ଅଧିକ ବେଗରେ ଯାଉଥିବା କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହାର ଦୋଷ ଆସିଛି ଏବେ ଡ୍ରାଇଭର ଲମ୍ବୁ ନାଁରେ। କଟକ ଜଗତପୁର ପୁଲିସ ଡ଼୍ରାଇଭର ନାଁରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଦୁର୍ଘଟଣା ପରେ ଡ୍ରାଇଭର ଲମ୍ବୁ କିନ୍ତୁ ଷ୍ଟିଅରିଂ ଭିତରେ ଫସି ରହିଥିଲେ ।ଯାହାଙ୍କୁ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଷ୍ଟିଅରିଂକୁ କଟରରେ କାଟି ଉଦ୍ଧାର କରିଥିଲେ।

bus

ଏକାଠି ଜଳିଲା ଜୁଇ । କଟକରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୬ ଜଣଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କଟକ ମହାନଦୀରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ନେଇଛି ୧୦ ଜଣଙ୍କର ଜୀବନ । ବଡ଼ ମେଡିକାଲ୍‌ ମର୍ଗ ରୁମ୍‌ରୁ ମୃତଦେହଗୁଡ଼ିକୁ ବାହାର କରିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କିଏ ହରାଇଛି ବାପାଙ୍କୁ ତ ପୁଣି କିଏ ଭାଇକୁ । ଆତ୍ମୀୟଙ୍କୁ ହରାଇ ଥିବା ପରିବାରରେ ଶୋକର ଛାୟା । ବାହୁନି କାନ୍ଦୁଛନ୍ତି ସମ୍ପର୍କୀୟ । ଦୁର୍ଘଟଣାରେ ଆହତ ହୋଇଛନ୍ତି ୫୦ ଜଣ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଘରୋଇ ହସ୍ପିଟାଲରେ ଚାଲିଛି ୮ ଜଣଙ୍କର ଚିକିତ୍ସା ।

bus

ତାଳଚେରରୁ ପାଖାପାଖି ୬୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ଜଗନ୍ନାଥ ବସ୍‌ । ଜଗନ୍ନାଥ ବସରେ ଯାତ୍ରା କରୁଥିବା ଯାତ୍ରୀ ବି ନିଜେ ଏହି ବୟାନ ଦେଇଛନ୍ତି। ଯାତ୍ରୀଙ୍କ କହିବା କଥା ହେଲା, ବସ ଅତି ଦ୍ରୁତଗତିରେ ଥିଲା । ଏପରିକି ଏହାର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ଜାତୀୟ ରାଜପଥରେ ଏଭଳି ଦ୍ରୁତଗତିରେ ଗାଡିଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଡ୍ରାଇଭର ଗାଡିକୁ ଅତି ଦ୍ରୁତଗତିରେ ଚଳାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.