ଅମୃତସର ନିରଙ୍କରୀ ଭବନରେ ଗ୍ରେନେଡ୍‌ ଆକ୍ରମଣ ଘଟଣା, ଆଇଏସ୍‌ଆଇ ହାତ ବୋଲି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ଅମୃତସର ନିରଙ୍କରୀ ଭବନରେ ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ଆଜି ପୋଲିସ୍‌ ଜଣକୁ ଗିରଫ କରିଛି । ତା ନାଁ ହରମିତ ସିଂହ ଓରଫ ‘ପିଏଚ୍‌ଡି’ ଓରଫ ହାପି । ଏହି ଆକ୍ରମଣ ପଛରେ ପାକିସ୍ତାନ ଆଇଏସ୍‌ଆଇର ହାତ ରହିଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି । ସେ କହିଛନ୍ତି ଏହି ଘଟଣାରେ କୌଣସି ଧାର୍ମିକ ଗଣ୍ଡଗୋଳ କି ଅସହିଷ୍ଣୁତା ନାହିଁ । ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି । କାରଣ ଫୁଟିଥିବା ଗ୍ରେନେଡ୍‌କୁ ପରୀକ୍ଷା କରାଯିବା ପରେ ଏହା ପାକିସ୍ତାନ କାରଖାନାରେ ତିଆରି ବୋଲି ଜଣାପଡ଼ିଛି । ଯାହା ବିଶେଷ ଭାବେ ସେମନେ କାଶ୍ମୀର ସୀମାରେ ଭାରତୀୟ ଯବାନଙ୍କ ବିରୋଧରେ ବ୍ୟବହାର କରିଥାନ୍ତି ।


ଗତ ସପ୍ତାହରେ ପାତିଆଲାରେ ଆତଙ୍କବାଦୀ ସଂଗଠନ ଖଲିସ୍ତାନ ଗଦ୍ଦର ଫୋର୍ସର ସଦସ୍ୟ ଶବନମଦୀପ ସିଂହକୁ ପୋଲିସ୍‌ ଗିରଫ କରିଥିଲା । ଶବନମଦୀପ ଯୁବକମାନଙ୍କୁ ଆତଙ୍କବାଦୀ ବନିବାକୁ ଉସୁକାଏ । ହାପି ସହିତ ମଧ୍ୟ ତାର ସମ୍ପର୍କ ଥିଲା ।
ପୂର୍ବରୁ ମଧ୍ୟ ପଞ୍ଜାବରେ ଏଭଳି ଆତଙ୍କବାଦୀ ଆକ୍ରମଣ କରାଯାଇଛି ଏବଂ ଆଗକୁ ଆହୁରି କିଛି ବଡ଼ ଧରଣର ଯୋଜନା ରହିଥିବା ଜଣାପଡ଼ିଛି । ନିରଙ୍କରୀ ଭବନ ଉପରେ ଆକ୍ରମଣ କରିବା ସୁବିଧାଜନକ ଥିଲା । ତେଣୁ ସେମାନେ ଗ୍ରେନେଡ୍‌ ପକାଇ ଫେରାର ହୋଇ ଯାଇଥିଲେ । ଗତ ରବିବାର ଦିନ ରାଜସାଂସି ସ୍ଥିତ ଏହି ନିରଙ୍କରୀ ଭବନ ଉପରେ ହୋଇଥିବା ଆକ୍ରମଣରେ ୩ ଜଣଙ୍କର ପ୍ରାଣହାନି ଘଟିଥିଲା । ସତସଙ୍ଗ ଚାଲିଥିବା ବେଳେ ସେଠାରେ ପ୍ରାୟ ଅଢ଼େଇ ଶହ ଲୋକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.