Below header

ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ଭୁବନେଶ୍ୱର, ପହିଞ୍ଚିଲା ପ୍ରଥମ ବିଦେଶୀ ଟିମ୍

 ଭୁବନେଶ୍ବର (କେନ୍ଯୁଜ୍) : ଭୁବନେଶ୍ବର ହକି ବିଶ୍ୱକପ୍‌ ପାଇଁ ବଢୁଛି ଉତ୍କଣ୍ଠା । ମଝିରେ ଆଉ ମାତ୍ର ୭ ଦିନ । ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଆର୍ଜେଣ୍ଟିନା ଟିମ୍‌ । କୋଚ୍‌ ଓରୋକଜୋ, କ୍ୟାପ୍‌ଟେନ୍‌ ପେଡ୍ରୋ ଆଇବେରାଙ୍କ ନେତ୍‌ୃତ୍ୱରେ ୧୮ ଜଣିଆ ଟିମ୍‌  ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସଂଧ୍ୟାରେ ଆର୍ଜେଣ୍ଟିନା ଦଳ କଳିଙ୍ଗ ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛନ୍ତି । ସେହିପରି ରାତିରେ ଦକ୍ଷିଣ ଆଫ୍ରିକା ଖେଳାଳି ଆସିବେ । ଅନ୍ୟ ୧୩ ଦଳ ମଧ୍ୟ ଶୀଘ୍ର ଭୁବନେଶ୍ୱରରେ ପହଞ୍ଚି କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବେ ।

hockey 3

ଆସନ୍ତା ୨୮ରେ ଆରମ୍ଭ ହେବ ହକି ମହାସମର । ଏହାକୁ ଆଖିଆଗରେ ରଖି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସୁରକ୍ଷା ପାଇଁ ମୁତୟନ କରାଯାଇଛି ୭୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ନଜର ରଖିବେ ୩ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ।

hockey 2

ସେପଟେ ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ଭୁବନେଶ୍ୱର । ଚାରିଆଡେ ରଙ୍ଗୀନ୍‌ ଆଲୋକମାଳା ଓ ଆକର୍ଷଣୀୟ କାରୁକାର୍ଯ୍ୟ । ଦିନ ଯେତିକି ପାଖେଇ ଆସୁଛି କ୍ରୀଡୀପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଉଦ୍‌ଘାଟନୀ ଉତ୍ସବ ପାଇଁ ଗତକାଲି ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି କରାଯାଇଥିଲା । ସେପଟେ ସହରବାସୀଙ୍କୁ ବିଶ୍ୱକପ୍‌ ହକିର ସିଧାପ୍ରସାରଣ ଦେଖାଇବା ପାଇଁ ୧୦ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିବ LED ସ୍କ୍ରିନ୍‌ । ଆଜି କଳିଙ୍ଗ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.