Below header

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରସଙ୍ଗ: ଦିଲ୍ଲୀ ଗଲା ପୁରୀ ପାଣିପାଗ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ପୁରୀରେ ହେବ ବିଶ୍ୱ ସ୍ତରୀୟ ବିମାନବନ୍ଦର । ଏଥିପାଇଁ କେନ୍ଦ୍ରୀୟ ଟିମ୍‌କୁ ୨୦ ବର୍ଷର ପାଣିପାଗ ତଥ୍ୟ ପଠାଯାଇଛି । ଏଥିରେ ପୁରୀର ପବନର ଗତି ଓ ଦିଗ ବାବଦରେ ଟିକିନିଖି ତଥ୍ୟ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ପବନର ବେଗ ଓ ଦିଗ ତଥ୍ୟ ପାଇବା ପରେ ଏହାକୁ କେନ୍ଦ୍ରୀୟ ଟିମକୁ ପଠାଯାଇଛି । ତଥ୍ୟ ପାଇବା ପରେ AAI ଟିମ୍‌ ଏ ଦିଗରେ ପ୍ରକି୍ରୟା ତ୍ୱରାନ୍ଵିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ ପରିବହନ ବିଭାଗ ।

puri1

 ଖୁବଶୀଘ୍ର AAI ବିଶେଷଜ୍ଞ ଟିମ୍‌ ପ୍ରି-ଫିଜିବିଲିଟି ରିପୋର୍ଟ ଦାଖଲ କରିବେ । ଦୁଇ ସପ୍ତାହ ଭିତରେ ରିପୋର୍ଟ ଆସିପାରେ । ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଜୁନ୍‌ ୧୭ ତାରିଖରେ AAIର ୩ ଜଣିଆ ଟିମ୍‌ ପୁରୀ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ବିମାନବନ୍ଦର ପ୍ରତିଷ୍ଠା ସମ୍ଭାବନା ନେଇ ଅଧିକ ଆଲୋଚନା ଓ ସର୍ଭେ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.