ବାଲେଶ୍ବର: ତାସ ଖେଳକୁ ନେଇ ମହାଭାରତ, ଯୁବକକୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ସୋର(କେନ୍ୟୁଜ୍):  ତାସ ଖେଳକୁ ନେଇ ମହାଭାରତ । ଯୁବକକୁ ଗୋଡାଇ ଗୋଡାଇ ଭୁଜାଲି ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମହମ୍ମଦପୁର ଗାଁରେ। ଗତକାଲି ରାତିରେ ମହମ୍ମଦପୁର ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ କିଛି ଯୁବକ ତାସ ଖେଳୁଥିଲେ।

ସେହି ଗାଁର କୈଳାସ ଚନ୍ଦ୍ର ବେହେରା ରାସ୍ତାରେ ତାସ ଖେଳିବାକୁ ବାରଣ କରିଥିଲେ । ଏଥିରେ ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ଠେଙ୍ଗା, ଭୁଜାଲି ଓ ରଡରେ କୈଳାସଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କୈଳାସଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ଏନେଇ କୈଳାସଙ୍କ ସ୍ତ୍ରୀ ସାବିତ୍ରୀ ବେହେରା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.