Below header

ନବରଙ୍ଗପୁର: ମନବଳ ଦୁର୍ବଳ କଲେ ମୃତ୍ୟୁ ସୁନିଶ୍ଚିତ, କରୋନାକୁ ପରାସ୍ତ କରି ଜୀବନ ଯୁଦ୍ଧରେ ବିଜୟୀ ହେଲେ ୯୬ ବର୍ଷୀୟ ବୃଦ୍ଧ

ନବରଙ୍ଗପୁର(କେନ୍ୟୁଜ୍): ରଖେ ହରି ତ ମାରେ କିଏ। କରୋନାକୁ ପରାସ୍ତ କରି ଜୀବନ ଯୁଦ୍ଧରେ ବିଜୟ ଲାଭ କରିଛନ୍ତି ଜଣେ ୯୬ ବର୍ଷୀୟ ବୃଦ୍ଧ। ଆଜି ସାରା ବିଶ୍ୱ କରୋନା ମହାମାରୀର  ଆତଙ୍କ ରେ ଆତଙ୍କିତ।  ଅନେକ ଲୋକ ନିଜ ଆତ୍ମୀୟ ସ୍ବଜନଙ୍କୁ  ହରାଇ ସାରିଲେଣି। ମୃତ୍ୟ ପରେ ଶବ ବି ସତ୍କାର କରିବାରୁ ବଞ୍ଚିତ ହେଉଛନ୍ତି ପରିବାର ଲୋକେ । ଏଭଳି ସ୍ଥିତିରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ବ୍ଯକ୍ତି ଯାହାଙ୍କ ବୟସ ୯୬ ବର୍ଷ ସେ ଆଜି ସୁସ୍ଥ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଯଦି ମୃତ୍ୟ ବି ଆସେ ତେବେ ସାହସର ସହ ମୁକାବିଲା କଲେ ନିଶ୍ଚୟ ଆପଣ ଜୀବନ ଯୁଦ୍ଧ ରେ ଜିତିବେ। ମନବଳ ଯଦି ଦୁର୍ବଳ କରିଦିଅନ୍ତି ତା ହେଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଏଇ ବୃଦ୍ଧ ଜଣକ।

corona1

କରନା ଭଳି ଅଦୃଶ୍ଯ ଶତ୍ରୁକୁ ପରାସ୍ତ କରିଥିବା ବ୍ଯକ୍ତି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର  ବ୍ଲକ ଅନ୍ତର୍ଗତ ଅବଦୂର ରେହେମାନ ଖାନ। ସରକାରୀ ତଥ୍ଯ କହୁଛି ବୟସ ୯୬ ବର୍ଷ, କିନ୍ତୁ ପରିବାରଙ୍କ ଲୋକଙ୍କ କହିବା ଅନୁଯାୟୀ ତାଙ୍କ ବୟସ ୯୮ ବର୍ଷ l ଶରୀର ବାର୍ଦ୍ଧକ୍ଯ ହୋଇପଡିଥିବା ବେଳେ ମନୋବଳ କିନ୍ତୁ ବେଶ ଦୃଢ଼ ରହିଛି  । ଗତ  ମେ ମାସ ୨୬ ତାରିଖରେ ଅବଦୂର ରେହେମାନଙ୍କ ଦେହ ଅସୁସ୍ଥ ହେବାରୁ  ପରିବାର ତରଫରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇଥିଲେ । ପରିବାରର ସମସ୍ତ  ସଦସ୍ୟଙ୍କ ଦେଖାରଖାରେ ଓ ନିକଟସ୍ଥ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଯୋଗାଇଦିଆଯାଇଥିବା ଔଷଧ ସେବନ କରି ଘରେ ରହି  ହିଁ  ଅବଦୂର  ବର୍ତ୍ତମାନ କୋରନାରୁ ମୁକ୍ତ ହୋଇପାରିଛନ୍ତି ।

କରନାକୁ ଭୟ କରୁଥିବା ଲୋକଙ୍କ ପାଇଁ ଅବଦୂର ରେହମାନ ବର୍ତମାନ ଏକ ଉଦାହରଣ ପାଲଟି ଯାଇଛନ୍ତି l ଡାକ୍ତରଖାନା କୁ ନ ଯାଇ ନିଜ ପରିବାର ଲୋକ ଙ୍କ ସେବା ଶୁଶ୍ରୁଷା ତାଙ୍କୁ ନୂଆ ଜୀବନ ଦେଇଛି। ଘୃଣା ଭେଦଭାବ ନ ରଖି ରୋଗୀକୁ ସାହସ ଦେଲେ ସେ ନିଶ୍ଚୟ କରୋନାକୁ ପରାସ୍ତ କରି ପାରିବ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.