ସ୍ୱାସ୍ଥ୍ୟକର୍ମୀ ତାଲିମ ନ ନେବା ଯାଏ ଗର୍ଭବତୀଙ୍କୁ ଟିକା ଦେଇପାରିବେ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କେନ୍ୟୁଜ୍(ବ୍ୟୁରୋ):  ଗର୍ଭବତୀ ନେଇପାରିବେ କରୋନା ଟିକା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଛି । ତେବେ ଗର୍ଭବତୀଙ୍କ ଟିକାକରଣ ପୂର୍ବରୁ ସବୁ ରାଜ୍ୟର ଅଧିକାରୀଙ୍କୁ ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟସନ କାର୍ଯ୍ୟକ୍ରମ କରିବ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲପାଳ, ମ୍ୟୁନିସପାଲ କମିଶନରଙ୍କୁ ଜଣାଇଦିଆଯାଇଛି । ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ସ୍ୱାସ୍ଥ୍ୟକର୍ମୀ ତାଲିମ ନ ନେବା ଯାଏ ଗର୍ଭବତୀଙ୍କୁ ଟିକାକରଣ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ଟିକା ନେବା ପାଇଁ ଗର୍ଭବତୀମାନେ ଚାହିଁଲେ କୋୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ । ନଚେତ ଟିକାକରଣ କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରି ଟିକା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.