Below header

୨୦୦୪ ଫେବ୍ରୁଆରୀ ୨୮ର ରିଜୋଲ୍ୟୁସନ ଅନୁଯାୟୀ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ନିୟମିତ କର: ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ୨୦୦୪ ଫେବ୍ରୁଆରୀ ୨୮ର ରିଜୋଲ୍ୟୁସନ ଅନୁଯାୟୀ  ଆସୁଥିବା ସମସ୍ତ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ନିୟମିତ କର । ବ୍ରହ୍ମପୁରର ଶିକ୍ଷୟିତ୍ରୀ ହରପ୍ରିୟା ପାତ୍ର ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପୌର ନିଗମ ଦ୍ୱାରା ପରିଚାଳିତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ସରକାରଙ୍କ ରିଜୋଲ୍ୟୁସନ ଅନୁଯାୟୀ ୨୦୦୪ ଫେବ୍ରୁଆରି ୨୮ ତାରିଖରୁ ନିୟମିତ କରିବା ସହ ସରକାରଙ୍କ ଅନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହି ରିଜୋଲ୍ୟୁସନ ଅନୁଯାୟୀ ସୁନ୍ଦରଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାରେ ପୋର ନିଗମ ଦ୍ୱାରା ପରିଚାଳିତ ପରବର୍ତ୍ତୀ ସମୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଯାଇଥିବା ୨୨୦ ଜଣଙ୍କୁ ନିୟମିତ କରାଯାଇଛି ।

ତେବେ ଏଥିରୁ ଅନ୍ୟ କେତେଜଣ ବାଦ ପଡି ଯାଇଥିଲେ । ଶିକ୍ଷୟିତ୍ରୀ ହରପ୍ରିୟା ପାତ୍ର ବ୍ରହ୍ମପୁରର ଏମପିଏଲ ବାଳିକା ବିଦ୍ୟାଳୟରେ ଟ୍ରେନଡ ଗ୍ରାଜୁଏଟ ଟିଚର ଭାବେ ୧୯୯୪ ମସିହା ଜାନୁଆରୀ ୨୪ ତାରିଖରେ ନିଯୁକ୍ତି ପାଇଥିଲେ । ସେତେବେଳେ ପୌର ନିଗମରୁ ମାସିକ ୨୦୦୦ ଲେଖାଏ ଦରମା ପାଉଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ ଥିବା ଏଭଳି ସମସ୍ତ ପୌର ପରିଚାଳିତ ସ୍କୁଲ ସ୍କୁଲ ଗଣଶିକ୍ଷା ବିଭାଗ ଅଧୀନକୁ ଆସିିଥିଲା ।

ରାଜ୍ୟ ସରକାରଙ୍କ ସେହି ସମସ୍ତ ସ୍କୁଲରେ କାର୍ଯ୍ୟରତ କର୍ମଚାରୀଙ୍କର ୨୦୦୪ ଫେବ୍ରୁଆରି ୨୮ରୁ ସରକାରଙ୍କ ରିଜୋଲ୍ୟୁସନ ନମ୍ବର ୪୯୪୨ ଅନୁଯାୟୀ ନିୟମିତ କରିଥିଲେ । ତେବେ ବାଦ ପଡି ଯାଇଥିବା କର୍ମଚାରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମେ ସ୍ୟାଟ ଓ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସଂପର୍କିତ ଏକାଧିକ ଆଗତ ପିଟିସନର ଏକାଠି ଶୁଣାଣି କରି ସେହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ୨୦୦୪ ଫେବ୍ରୁଆରୀରୁ ନିୟମିତ କରାଇ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.