ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ନିଜର ନୂଆ ଲୁକ୍‌ ବାଛିଲେ ବିରାଟ କୋହଲି, ଦୁବାଇ ସେଲୁନ୍‌ରେ କରାଇଲେ ହେୟାର କଟ୍‌

ଫ୍ୟାନମାନଙ୍କ ପାଇଁ ଆଜି ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଯେତିକି ଖାସ୍‌ ରହିଛି, ସେତିକି ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମ୍ୟାଚ୍‌ ମାଧ୍ୟମରେ ବିରାଟ ଟି୨୦ ଅନ୍ତର୍ଜାତୀୟରେ ନିଜର ୧୦୦ ମୁକାବିଲା ପୂରଣ କରିବେ। ବିରାଟ କୋହଲି ଭାରତର ଏମିତି ଜଣେ ପ୍ରଥମ ଖେଳାଳି ହେବେ, ଯିଏ ସମସ୍ତ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିଛନ୍ତି। ଯଦିଓ ଅନ୍ତର୍ଜାତୀୟ କ୍ରିକେଟରେ ଏ ପର୍ଯ୍ୟନ୍ତ କେବଳ ନ୍ୟୁଜିଲାଣ୍ଡର ରୟ ଟେଲର ହିଁ ଏହି କୀର୍ତ୍ତିମାନ ହାସଲ କରି ପାରିଛନ୍ତି।

ବିରାଟ କୋହଲି ଏହି ମ୍ୟାଚ୍‌ ପାଇଁ ନିଜର ଏକ ଖାସ୍‌ ଲୁକ୍‌ ବାଛିଛନ୍ତି। ମ୍ୟାଚ୍‌ର ଦିନକ ପୂର୍ବରୁ ସେ ଦୁବାଇର ଏକ ସେଲୁନ ପହଞ୍ଚିଥିଲେ ଏବଂ ସେଠି ନିଜକୁ ନୂଆ ଲୁକ୍‌ ଦେଇଥିଲେ। ‘ହେୟାର ଗ୍ୟାରେଜ୍‌’ ନାମକ ସେଲୁନରେ ବିରାଟ ଚୁଟି କଟାଇଥିଲେ। ଏହାପରେ ସେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଫ୍ୟାନମାନଙ୍କ ସହିତ ସେୟାର କରିଥିଲେ।

 

View this post on Instagram

 

A post shared by Hair Garage (@hair.garage)

ବିରାଟ କୋହଲି ପାଖାପାଖି ଦେଢ଼ ମାସର ବ୍ୟବଧାନ ପରେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେ ନିଜର ଶେଷ ଅନ୍ତର୍ଜାତୀୟ ଶତକ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଦିବାରାତ୍ରି ଟେଷ୍ଟ ମ୍ୟାଚ୍‌ରେ ହାସଲ କରିଥିଲେ। ଯଦିଓ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ସେ ଶତକ ହାସଲ କରିପାରି ନ ଥିଲେ, କିନ୍ତୁ ଲଗାତାର ଭଲ ପ୍ରଦର୍ଶନ କରି ଆସୁଥିଲେ। ହେଲେ ଗତ ୬ ମାସ ହେବ ସେ ଧିମା ପଡ଼ି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.