ଭିଜିଲାନ୍ସ ରେଡ ସମୟରେ ଟଙ୍କା ଗିଳିଦେଲେ ଇଂଜିନିୟର, ପରେ ହେଲେ ଗିରଫ

କେରଳ ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିବା ଜଣେ ଇଂଜିନିୟର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ସମୟରେ ଇଂଜିନିୟର ଜଣକ ଧରାପଡିବାରୁ ଟଙ୍କାକୁ ଗିଳିଦେଇଛନ୍ତି। ଘଟଣାଟି କୁନ୍ନୁରରେ ଘଟିଛି। ଏହା ପରେ ଗିରଫ ହୋଇଛନ୍ତି ଇଂଜିନିୟର।
ସୂଚନା ମୁତାବକ, ଏଠାରେ ଜଣେ ବ୍ୟକ୍ତି ତାଙ୍କ ଉପରେ ବାଜୁଥିବା ଏକ ଇଲେଟ୍ରି ତାର ବାଜୁଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଇଂଜିନିୟର ଜୋସ୍ ଜୋସେଫଙ୍କ ପାଖକୁ ଆସିଥିଲେ। ବ୍ୟକ୍ତି ଜଣକ ଇଂଜିନିୟରିଙ୍କୁ ଲାଇନ ତାରକୁ ପରିବର୍ତ୍ତନ କରିବା ପାଇଁ ମାତ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ହଜାରେ ଟଙ୍କା ଦେଲେ ଲାଇନ ତାର ପରିବର୍ତ୍ତନ ତୁରନ୍ତ ହେବ ନଚେତ ଏକ ମାସ ଲାଗିବ ବୋଲି ଇଂଜିନିୟର ଜଣକ କହିଥିଲେ।
ଇଂଜିନିୟର ଜଣକ ଲାଞ୍ଚ ମାଗୁଥିବାରୁ ଯୁବକ ଜଣକ ସଙ୍ଗେ ସଙ୍ଗେ ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ। ତେବେ ଭିଜିଲାନ୍ସ ଇଂଜିନିୟରଙ୍କୁ ଧରିବା ପାଇଁଁ ନୋଟରେ କିଛି କେମିକାଲ ପାଉଡର ମିଶାଇ ନୋଟରେ ଲଗାଇ ଦେଇଥିଲେ । ଯୁବକ ଜଣକ ଇଂଜିନିୟରଙ୍କୁ ପଇସା ଦେବା ସମୟରେ ଭିଜିଲାନ୍ସ ଟିମ୍ ପହଞ୍ଚି ଧରିଥିଲେ। ହେଲେ ହଠାତ୍ ଏହି ଟଙ୍କାକୁ ଇଂଜିନିୟରି ଜଣକ ଗିଳିଦେଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତା’ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।
Also Read : ଲମ୍ପି ଭାଇରସରେ ଚାଲିଗଲା ୪୦ ଲକ୍ଷ ଦାମ୍ ବଳଦର ଜୀବନ: ମାଲିକ ଗୁରୁଦ୍ୱାର କଲେ ଅନ୍ତିମ ସଂସ୍କାର, ଛପାଇଲେ କାର୍ଡ