ଲମ୍ପି ଭାଇରସରେ ଚାଲିଗଲା ୪୦ ଲକ୍ଷ ଦାମ୍‌ ବଳଦର ଜୀବନ: ମାଲିକ ଗୁରୁଦ୍ୱାର କଲେ ଅନ୍ତିମ ସଂସ୍କାର, ଛପାଇଲେ କାର୍ଡ

ଲୁଧିଆନାର ସମରାଲ ଅଞ୍ଚଳରେ ୪୦ ଲକ୍ଷ ମୂଲ୍ୟର ୪ଟି ବଦଳଙ୍କର ମୃତ୍ୟୁ ହୋଇଛି। ଭାଇରସ ଲମ୍ପିଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ବଳଦକୁ ମାଲିକ ବଳଦ ଦୌଡ ପ୍ରତିଯୋଗିତା ପାଇଁ କିଣିଥିଲେ। ତେବେ ବଳଦଙ୍କ ମୃତ୍ୟୁ ପରେ ରବିନ୍ଦର ସିଂ ସେମାନଙ୍କର ଅନ୍ତିମ ସଂସ୍କାର ଗୁରୁଦ୍ୱାରରେ କରିଥିଲେ। ବଳଦଙ୍କ ଅନ୍ତିମ ସଂସ୍କାରରେ ଅନେକ ଲୋକ ମଧ୍ୟ ଯୋଗ ଦେଇଥିଲେ।

ବଳଦଙ୍କର ମାଲିକ ରବିନ୍ଦର ସିଂ କହିଛନ୍ତି, ତାଙ୍କର ୪ଟି ବଳଦ ଥିଲା। ଯାହାଙ୍କର ନାମ ଅର୍ଜୁନ, ଚୀନା, କଳା ନାଗ ଏବଂ ନବାବ ରହିଥିଲା। ଚାରିଟି ଯାକ ବଳଦ ତାଙ୍କ ପରିବାରର ସଦସ୍ୟ ଭଳି ରହିଥିଲେ। କେବଳ ବଳଦ ଦୌଡ ପ୍ରତିଯୋଗିତାରେ ଭାଗ ନେଉଥିଲେ। ଏହିସବୁ ବଳଦକୁ ସଙ୍ଗରୁରୁ ଜିଲ୍ଲାର ଧୁରୀରୁ କିଣିଥିଲେ। ଏମାନଙ୍କ ମଧ୍ୟରୁ ୩ଟି ରାଜସ୍ଥାନ ଏବଂ ଗୋଟେ ହରିୟାଣାରୁ କିଣାଯାଇଥିଲା। ଏହି ସମୟରେ ଦୁଇଟି ବଳଦର ଦାମ୍‌ ୧୩ ଲକ୍ଷ ଏବଂ ଗୋଟିଏ ୧୧ ଲକ୍ଷ ଏବଂ ଅନ୍ୟଟିର ଦାମ୍‌ ୧୬ ଲକ୍ଷ ରହିଥିଲା।

ଲମ୍ପି ଚର୍ମ ରୋଗ ଯୋଗୁଁ ଏହି ବଳଦରଙ୍କ ମୃତ୍ୟୁ ଘଟିଥିଲା। ମାଲିକ ରବିନ୍ଦର ଏମାନଙ୍କୁ ଭଲ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିଥିଲେ, କିନ୍ତୁ ବଞ୍ଚାଇପାରିନଥିଲେ। ଏହି ବଳଦଙ୍କର ଅନ୍ତିମ ସଂସ୍କାର ପାଇଁ ମଧ୍ୟ କାର୍ଡ ଛପାଯାଇଥିଲା। ଏହି କାର୍ଡକୁ ହ୍ଵାଟସଆପ୍‌ ଗ୍ରୁପରେ ସେୟାର କରାଯାଇଥିଲା। ଅନ୍ତିମ ସଂସ୍କାର ଗୁରୁଦ୍ୱାର ନିକଟରେ କରାଯାଇଥିଲା, ଯେଉଁଥିପାଇଁ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।

ଗତ ମାସ ତଳେ ବଳଦ ଅର୍ଜୁନ ହୋଶିଆରପୁର ଜିଲ୍ଲାର ଏକ ଗାଁରେ ହେଉଥିବା ପ୍ରତିଯୋଗିତାରେ ମୋଟରସାଇକେଲ ଜିତିଥିଲା। ଏହା ପୂର୍ବରୁ ଅନେକ ପ୍ରତିଯୋଗିତାରେ ଏମାନେ ବିଭିନ୍ନ ପ୍ରକାର ଉପହାର ଜିତିଛନ୍ତି।

 

Also Read : ଧରାଶାୟୀ ହେଲା ନୋଏଡା ଟ୍ଵିନ ଟାଓ୍ଵାର, ପାଣିରେ ପଡିଲା ୮୦୦ କୋଟି ଟଙ୍କା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.