ଏହି ସରକାରୀ ସ୍କିମରେ ମାତ୍ର ୫୦୦ ଟଙ୍କା ନିବେଶ କଲେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ, ଏପରି ଉଠାନ୍ତୁ ଫାଇଦା
ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏକ ବେଷ୍ଟ ସରକାରୀ ସ୍କିମ ବିଷୟରେ କହିବୁ। ଯେଉଁଥିରେ ଆପଣ କେବଳ ୫୦୦ ଟଙ୍କା ନିବେଶ କରି ପାରିବେ। କେବଳ ଏତିକି ନୁହେଁ ବରଂ ଏହା ବଦଳରେ ଆପଣ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ରାଶି। କଣ ବିଶ୍ୱାସ ହେଉନି?
ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ଆଜି ଆମେ ଆପଣଙ୍କୁ ପିପିଏଫ ଆକାଉଣ୍ଟ ସମ୍ପର୍କରେ କହିବୁ। ପିପିଏଫ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଏକ ଯୋଜନା। ଯେଉଁଥିରେ ଆପଣ ନିବେଶ କରି ପାଇପାରିବେ ବଢ଼ିଆ ରିଟର୍ଣ୍ଣ ରାଶି। ଏହ ି ନିବେଶରେ କେବଳ ଆପଣଙ୍କୁ ଭଲ ସୁଧ ମିଳିବ ତାହା ନୁହେଁ ବରଂ ଟାକ୍ସ ଛାଡ଼ ମଧ୍ୟ ମିଳିବ। ଏହା ସହ ଟଙ୍କାକୁ ନେଇ କୌଣସି ସମସ୍ୟା ମଧ୍ୟ ନାହିଁ। ଏହା ଏକ ସରକାରୀ ସ୍କିମ। ଆବଶ୍ୟକ ପଡ଼ିଲେ ଆପଣ ଏଥିରୁ ଟଙ୍କା ଉଠାଇ ମଧ୍ୟ ପାରିବେ।
ଯଦି ଆପଣ ପିପିଏଫ ଆକାଉଣ୍ଟ ଓପନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଯିବାକୁ ହେବ। ଏହା ଏକ ସରକାରୀ ବଚତ ଯୋଜନା ହୋଇଥିବାରୁ ଏହାର ସୁଧ ହାରକୁ ନେଇ ମଧ୍ୟ ସରକାର ନିଷ୍ପତ୍ତି ନିଅନ୍ତି। ପିପିଏଫ ଆକାଉଣ୍ଟରେ କେବଳ ୫୦୦ ଟଙ୍କାରୁ ଆରମ୍ଭ ହୋଇପାରିବ। ସବୁଠୁ ଜରୁରୀ କଥା ମନେ ରଖନ୍ତୁ ଏହି ଆକାଉଣ୍ଟରେ ଆପଣଙ୍କୁ ପ୍ରତି ବର୍ଷ ଅତି କମ ରେ ୫୦୦ ଟଙ୍କା ଜମା କରିବାକୁ ହେବ। ଜରୁରୀ ନୁହେଁ ଯେ ଆପଣ ଏହାକୁ ଗୋଟିଏ ଥରରେ ଜମା କରିବେ..ଆପଣ ନିଜ ସୁବିଧା ଅନୁସାରେ ଅଳ୍ପ ଅଳ୍ପ କରି ମଧ୍ୟ ଜମା କରିପାରିବେ।
ପିପିଏଫ ଆକାଉଣ୍ଟରେ ନିବେଶ କରିବା ପରେ ବାର୍ଷିକ ୭.୧% ସୁଧ ମିଳିବ। ଏହାର ମ୍ୟାଚୁରିଟି ପିରିୟଡ ୧୫ ବର୍ଷ ରହିଛି। ଯଦି ଆପଣ ବର୍ଷକ ମଧ୍ୟରେ ୫୦୦ ଟଙ୍କା ଜମା କରୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଡିଫଲ୍ଟ ଆକାଉଣ୍ଟ କ୍ୟାଟେଗୋରୀରେ ଆସିବ। ଏହାକୁ ପୁଣିଥରେ ଚାଲୁ କରିବା ପାଇଁ ହେଲେ ୫୦ ଟଙ୍କା ପେନାଲଟି ସହ ବଳି ପଡ଼ିଥିବା ଆମାଉଣ୍ଟ ଜମା କରିବାକୁ ପଡ଼ିବ।
ପିପିଏଫ ଆକାଉଣ୍ଟ ୧୫ ବର୍ଷ ପୁରା ହେବା ପରେ ଆପଣଙ୍କୁ ଟଙ୍କା, ଜମା ସହ ସୁଧ ରାଶି ମିଶାଇ ଦିଆଯିବ। କିନ୍ତୁ ଯଦି ଆପଣଙ୍କୁ ସେହି ସମୟରେ ଟଙ୍କାର ଆବଶ୍ୟକତା ନାହିଁ ତେବେ ଆପଣ ତାକୁ ଆଗାମୀ ୫ ବର୍ଷ ଟାଇମ ପିରିୟଡ ପର୍ଯ୍ୟନ୍ତ ରଖିପାରିବେ।
ଏମିିତିରେ ଆପଣଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ। ପିପିଏଫ ଆକାଉଣ୍ଟରେ ୧୫ ବର୍ଷ ପୂରା ହେବା ପରେ ଏହାର ମ୍ୟାଚୁରିଟି ପୂରା ହୋଇଯାଏ। ଏହି ସମୟରେ ଆପଣଙ୍କୁ ପାଖା ପାଖି ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ।
ଏବେ ଜାଣନ୍ତୁ କେତେ ନିବେଶ ରେ କେତେ ରିଟର୍ଣ୍ଣ ମିଳିବ:
-୧୦୦୦ ଟଙ୍କା ମାସକୁ ଜମା କରି ୩ ଲକ୍ଷ ୧୫ ହଜାର ୫୭୨ ଟଙ୍କା ପାଇପାରିବେ।
-୨୦୦୦ ଟଙ୍କା ଜମା କରି ୬ ଲକ୍ଷ ୩୧ ହଜାର ୧୩୫ ଟଙ୍କା ପାଇବେ।
-୩୦୦୦ ଟଙ୍କା ଜମା କଲେ ୯ ଲକ୍ଷ ୪୬ ହଜାର ୭୦୪ ଟଙ୍କା ପାଇବେ।
-୪୦୦୦ ଟଙ୍କା ଜମା କଲେ ୧୨ ଲକ୍ଷ ୭୨ ହଜାର ୨୭୩ ଟଙ୍କା ପାଇବେ।
-୫୦୦୦ ଟଙ୍କା ଜମା କଳେ ୧୫ ଲକ୍ଷ ୭୭ ହଜାର ୮୪୧ ଟଙ୍କା ପାଇପାରିବେ।
-୧୦ହଜାର ଟଙ୍କା ଜମା କଲେ ୩୧ ଲକ୍ଷ ୫୫ ହଜାର ୬୮୦ ଟଙ୍କା ପାଇବେ।
-୧୨ ହଜାର ଟଙ୍କା ଜମା କଲେ ୩୭ ଲକ୍ଷ ୮୬ ହଜାର ୮୨୦ ଟଙ୍କା ମିଳିବେ।
-୧୨୨୫୦ ଟଙ୍କା ଜମା କଲେ ମିଳିବ ୩୯ ଲକ୍ଷ ୪୪ ହଜାର ୬୯୯ ଟଙ୍କା ମିଳିବ।