ଜି. ଉଦୟଗିରି ଥାନା ଆଇଆଇସିଙ୍କ ନାଁରେ ଏତଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପରିବାର ଲୋକଙ୍କ ଦାବି

କନ୍ଧମାଳ(କେନ୍ୟୁଜ୍): ଜି. ଉଦୟଗିରି ଥାନା ମହିଳା ମୃତ SI ସ୍ୱାଗତିକା ବେହେରାଙ୍କୁ ନ୍ୟାୟ ଦାବିରେ ଧାରଣା। ଝିଅକୁ ନ୍ୟାୟ ଦାବି କରି ପରିବାରଲୋକେ ଥାନା ଆଗରେ ଧାରଣାରେ ବସିଛନ୍ତି। ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଏସଆଇ ସ୍ୱାଗତିକା ବେହେରାଙ୍କ ପରିବାରଲୋକ।

ଜି. ଉଦୟଗିରି SDPO ଟି.ଆର୍‌ ପଟ୍ଟନାୟକଙ୍କୁ ଏତଲା ଦିଆଯାଇଛି। ରେବତୀ ଶବର ସ୍ୱାଗତିକାଙ୍କୁ ସବୁବେଳେ ମାନସିକ ସ୍ତରରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ।

ଆଇଆଇସି ରେବତୀ ଶବରଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ହୋଇଛି। ନହେଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ DSP, SDPO ଓ ତହସିଲଦାର ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.