Below header

ବାଲେଶ୍ୱର ମେଡିକାଲର ଭିଡିଓ ଭାଇରାଲ, ଚୋରି ନେଇ ସିଧାସଳଖ ପୋଲିସ୍‌ ଉପରକୁ ଆଙ୍ଗୁଠି ଉଠାଇଲେ ରୋଗୀଙ୍କ ସମ୍ପର୍କୀୟ

ବାଲେଶ୍ଵର(କେ ନ୍ୟୁଜ): ଡାକ୍ତରଖାନା ଭିତରୁ ଚୋରି ହୋଇଛି । ସେ ପୁଣି ସୁସ୍ଥ ହେବାକୁ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ହୋଇଛି ଚୋରି । ସୁନା ଚୁଡ଼ି ସହିତ ମୋବାଇଲ୍ ଲୁଟି ନେଇଛନ୍ତି। ଆଶ୍ଚର୍ଯ୍ୟର କଥା ଅଭିଯୋଗ ପୋଲିସ୍ ନାଁରେ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ରୋଗୀଙ୍କ ସମ୍ପର୍କୟ ଜଣେ ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀଙ୍କୁ ସିଧାସଳଖ ଆକ୍ଷେପ କରୁଥିବା ନଜର ଆସିଛନ୍ତି ।ଏହି ଘଟଣା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଅନେକ ସଂଖ୍ୟାରେ ସିକ୍ୟୁରିଟି ସାଙ୍ଗକୁ ଡାକ୍ତରଖାନା ପରିସରରେ ଏକ ପୋଲିସ୍ ଫାଣ୍ଡି ଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସେତେଟା କଡାକଡି ନାହିଁ । ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ବାରମ୍ବାର ଲୁଟର ଶିକାର ହେଉଛନ୍ତି । ଗତକାଲି ମେଡ଼ିକାଲ ପରିସରରେ ଜଣେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଆଜି ବାଲେଶ୍ଵର ମେଡ଼ିକାଲକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗସ୍ତ ସମୟରେ ଏଭଳି ଅଭିଯୋଗ ରୋଗୀଙ୍କ ସଂପର୍କୀୟମାନେ ଆଣିଥିଲେ | ଶୁଣିବା ପରେ ତୁରନ୍ତ କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ବାଲେଶ୍ଵର ମେଡ଼ିକାଲ ଫାଣ୍ଡି ବାବୁ ଘଟଣାକୁ ଏଡ଼ାଇ ଯାଇଥିବା ଦେଖିବାକୁ ମିଳିଛି ।

ସୁରକ୍ଷା କର୍ମୀ ମାନେ ସମ୍ପର୍କୀୟମାନଙ୍କୁ ନ କହି ସେମାନଙ୍କ ମୋବାଇଲ ନେଇ ଆସୁଥିବା ନେଇ ଅଭିଯୋଗ ଆସିଛି । ସେମାନେ ଏ ବିଷୟରେ ସମ୍ପୃକ୍ତ ପୋଲିସଙ୍କୁ ପଚାରିବାରୁ ସେମାନେ ଓଲଟା ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। ଆଉ ଅଭିଯୋଗ ଯଦି ସତ ହୋଇଥାଏ ତା ହେଲେ ମେଡିକାଲରେ ସୁରକ୍ଷା ବ୍ୟବସ୍ଥାରେଥିବା ପୋଲିସଙ୍କ ଉପରୁ ଲୋକଙ୍କ ଭରସା ତୁଟି ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.