Below header

ପରିବାରର ଏକମାତ୍ର ରୋଜଗାରିଆ ପୁଅ ଏବେ ଜୀବନ ସଂଗ୍ରାମ କରୁଛନ୍ତି, ସହାୟତା ଲୋଡ଼ା

ଭୁବନେଶ୍ୱର (କେନ୍ୟୁଜ୍‌) : କୋଭିଡ ସହ ସଂଗ୍ରାମ। ଜୀବନ ଯୁଦ୍ଧରେ ହାରି ନାହାନ୍ତି ସତ, କିନ୍ତୁ ଅବସ୍ଥା ସଂକଟାପନ୍ନ ରହିଛି। ମେ ୨ରୁ ସଂକ୍ରମିତ ହୋଇଥିଲେ କଟକର ଜଣେ ଯୁବକ ଦିବ୍ୟ ରଞ୍ଜନ ବେହେରା। ଅକ୍ସିଜେନ ସ୍ତର କମିଯିବାରୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଗଲା। ଆବଶ୍ୟକ ପଡିଲା ECMO। ଏଥିପାଇଁ ତାଙ୍କୁ ଏୟାର ଲିଫ୍ଟ କରି ଅନ୍ୟ ରାଜ୍ୟକୁ ନେବା ପାଇଁ ସେ ଚାକିରୀ କରୁଥିବା କଂପାନୀ ତରଫରୁ ବ୍ୟବସ୍ଥା କରାଗଲା। କିନ୍ତୁ ଅକ୍ସିଜେନ ସ୍ତର ଏତେ କମି ଯାଇଥିଲା ଯେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ପାରିଲା ନାହିଁ। ଓଡ଼ିଶାରେ ହିଁ ଏକ ହସ୍ପିଟାଲରେ ECMO ଚିକିତ୍ସାରେ ଅଛନ୍ତି। ଗତ ୧୫ ଦିନରେ ଏଥିଲାଗି ୨୨ ଲକ୍ଷ ଖର୍ଚ୍ଚ କରିସାରିଲେଣି ଦିବ୍ୟଙ୍କ ପରିବାର। ଅନ୍ୟ ଚିକିତ୍ସା ଖର୍ଚ୍ଚ ବାବଦକୁ ମଧ୍ୟ ୨୫ ଲକ୍ଷ ଖର୍ଚ୍ଚ ହୋଇ ସାରିଲାଣି।

ଜୀବନବୀମା ରାଶି ସୀମା ଶେଷ ହୋଇ ସାରିଛି। ଏବେ ଦେଖା ଦେଇଛି ଅର୍ଥର ଅଭାବ। ତେଣୁ ଦିବ୍ୟଙ୍କ ପତ୍ନୀ ଆର୍ଥିକ ସାହାଯ୍ୟ ଲୋଡିଛନ୍ତି। ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦିବ୍ୟଙ୍କ ପରିବାରକୁ ଯୋଗାଯୋଗ କରି ପାରିବେ। ତାଙ୍କ ଘର କଟକ ଅରୁଣୋଦୟ ମାର୍କେଟର ହାଇକୋର୍ଟ କଲୋନୀରେ।

ଯୋଗାଯୋଗ ନମ୍ବର ହେଉଛି ୮୩୨୮୯୨୨୮୯୮ (8328922898) ଏବଂ ୯୪୩୮୪୩୦୫୨୧(9438430521) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.