୭ ଜୁନ୍‌ରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌, ଯୋଡ଼ା ହେବ କିଛି ନୂଆ ଫିଚର୍ସ

ନୂଆଦିଲ୍ଲୀ :  ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ସୋମବାର ୭ ଜୁନ୍‌ରୁ ଲଞ୍ଚ୍‌ କରିବ ନୂଆ େଓ୍ଵବସାଇଟ୍‌ । ଏହି େଓ୍ଵବସାଇଟ ମାଧ୍ୟମରେ ୟୁଜର୍ସ ପୁଣି ଥରେ ଟ୍ୟାକ୍ସ ଭରି ପାରିବେ । ୧ ଜୁନରୁ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ତା’ର େଓ୍ଵବସାଇଟକୁ ବନ୍ଦ କରିଦେଇଥିଲା । ତେବେ େଓ୍ଵବସାଇଟ୍‌ରେ ଟ୍ୟାକ୍ସ ପେୟରର୍ସଙ୍କ ପାଇଁ କିଛି ନୂଆ ଫିଚର୍ସ ଯୋଡ଼ା ଯାଇଛି ବୋଲି ଇନ୍‌କମ୍‌ ଟ୍ୟାକ୍ସ ବିଭାଗ କହିଛି ।

ଏବେ ତତ୍କାଳ ପ୍ରୋସେସିଂ କରାଯାଇ ପାରିବ ଓ ରିଫଣ୍ଡ ପ୍ରୋସେସ ମଧ୍ୟ ପୂର୍ବ ଅପେକ୍ଷା ଶୀଘ୍ର ହୋଇପାରିବ । ଏ ସମ୍ପର୍କରେ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ଟ୍ଵିଟ୍‌ କରି ସୂଚନା ଦେଇଛି । ଟ୍ୟାକ୍ସ ପେୟରଙ୍କ ସୁବିଧା ପାଇଁ ଏକ ନୂଆ କଲ୍‌ ସେଣ୍ଟ ମଧ୍ୟ ଖୋଲାଯିବ । ଏକ ନୂଆ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ ମଧ୍ୟ ଆରମ୍ଭ ହେବ । ଏହି ସିଷ୍ଟମ ୧୮ ଜୁନରୁ ଆରମ୍ଭ ହେବ ବୋଲି ଇନ୍‌କମ୍‌ ଟ୍ୟାକ୍ସ ବିଭାଗ କହିଛି ।

ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ନୂଆ ପୋର୍ଟାଲରେ ଦିଆଯାଇଥିବା କିଛି ଫିଚର୍ସ ଏହି ପ୍ରକାର :

– ନୂଆ େଓ୍ଵବସାଇଟ୍‌କୁ ୟୁଜର୍ସଙ୍କ ସୁବିଧା ଓ ସହାୟତା ପାଇଁ ଫ୍ରେଣ୍ଡଲି ତିଆରି କରାଯାଇଛି ।

– ଏଠାରେ ଲୋକଙ୍କୁ ଫ୍ରି ଆଇଟିଆର୍‌ ପ୍ରିପାରେସନ୍‌ ସପ୍ଟେଓ୍ଵୟାର ଉପଲବ୍ଧ କରାଇ ଦିଆଯିବ । ଯାହା ଫଳରେ ଅନ୍‌ଲାଇନ ଓ ଅଫ୍‌ ଲାଇନ୍‌ ଆକ୍ସେସ କରାଯାଇ ପାରିବ ।

– ଫାଇଲିଂ କଲା ବେଳେ କୌଣସି ସମସ୍ୟା ଆସିଲେ ଫୋନ୍‌ ଦ୍ୱାରା ହେଲ୍ପ ଲାଇନ୍‌ର ସ ହାୟତା ନେଇପାରିବେ ।

– ନୂଆ େଓ୍ଵବସାଇଟ୍‌ରେ ସବୁ ସୂଚନା ଏକ ସଙ୍ଗରେ ଗୋଟିଏ ସ୍ଥାନରେ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.