ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ରର ମାଟି ତଳୁ ପୁଣି ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ରର ମାଟି ତଳୁ ପୁଣି ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର । ସୁକଶାରୀ ମନ୍ଦିରର ପଶ୍ଚିମ ଓ ଉତ୍ତର ଦିଗରେ ଖନନ ବେଳେ ପୂର୍ବରୁ ୩ଟି ମନ୍ଦିର ଉଦ୍ଧାର ହୋଇଥିଲା । ଏବେ ଉତ୍ତର ପୂର୍ବ ଦିଗରେ ପୁଣି ୩ଟି ମନ୍ଦିରର ଭଗ୍ନାବଶେଷ ସହ ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର କରାଯାଇଛି । ଯାହାକି ୧ ମିଟର ଉଚ୍ଚତା ବିଶିଷ୍ଟ । ଲିଙ୍ଗରାଜ ମନ୍ଦିର ପାର୍ଶ୍ଵରେ ତଥା ବିନ୍ଦୁସାଗର ଆଡକୁ ଦୀର୍ଘ ଏକ ବର୍ଷ ଧରି ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜାରି ରହିଛି ଖନନ କାର୍ଯ୍ୟ ।

ଖନନ ସମୟରେ ଜଗମୋହନ, ୩ଟି ଝରକା ସହିତ ଅନେକ ଶିଳାଲିପି ମଧ୍ୟ ଉଦ୍ଧାର କରାଯାଇଛି । ଏହା ରାଜ୍ୟର ସର୍ବପୁରାତନ ମୂର୍ତ୍ତି ଏବଂ ମନ୍ଦିର ବୋଲି ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ ଅନୁମାନ କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଆହୁରି ଅନେକ ମନ୍ଦିର ଓ ପୁରାତନ ମୂର୍ତ୍ତି ଉଦ୍ଧାର ହେବା ସମ୍ଭାବନା ରହିଥିବା ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.