Below header

ଜୁନ ୧୫ ଯାଏଁ ଶ୍ରୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା, ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି

ପୁରୀ(କେ ନ୍ୟୁଜ):  ଶ୍ରୀମନ୍ଦିରରେ ବଢ଼ିଲା କରୋନା କଟକଣା । ଆସନ୍ତା ଜୁନ ୧୫ ଯାଏଁ ଶ୍ରୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧିକୁ ବଢ଼ାଇ ଦିଆଯାଇଛି । ସ୍ଥିତିକୁ ଦେଖି ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ

ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୀମିତ ସଂଖ୍ୟକ ସେବାୟତରେ ଶ୍ରୀ ଜୀଉଙ୍କ ନୀତିକାନ୍ତି ଚାଲିବ ବୋଲି ସୂଚନା ମିଳିଛି । ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ମାନେ ମତ ରଖିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.