ଭାରତ ଏବଂ ବ୍ରିଟେନରେ ମିଳିଥିବା ଭେରିଏଣ୍ଟସକୁ ନିଷ୍କ୍ରିୟ କରି ପାରିବ କୋଭ୍ୟାକ୍ସିନ: ଭାରତ ବାୟୋଟେକ

ଭାରତରେ କରୋନାର ନୂଆ ଷ୍ଟ୍ରେନ ଯୋଗୁ ସ୍ଥିତି ଭୟାବହ ରହିଛି। ଭାରତ ବାୟୋଟେକର କହିବା ହେଲା, ଏହାର କରୋନାରୋଧୀ ଭ୍ୟାକ୍ସିନ ‘କୋଭ୍ୟାକ୍ସିନ’ ଭାରତ ଏବଂ ବ୍ରିଟେନରେ ଦେଖା ଯାଇଥିବା କରୋନା ଭାଇରସର ଏହି ଷ୍ଟ୍ରେନ ବିରୋଧରେ ପ୍ରଭାବଶାଳୀ ମିଳିଛି।

ଏଥିରେ  B.1.617 ଏବଂ B.1.1.7 କରୋନା ଭେରିଏଣ୍ଟ ସାମିଲ ଅଛି, ଯାହାକି ଭାରତ ଏବଂ ବ୍ରିଟେନରେ ଦେଖାଯାଇଥିଲା। ଭାରତ ବାୟୋଟେକ ତରଫରୁ କୁହାଯାଇଛି କି, ଭ୍ୟାକ୍ସିନ ବ୍ୟବହାର ଫଳରେ B.1.1.7(ଯାହା ୟୁକେରେ ପ୍ରଥମେ ମିଳିଥିଲା) ଏବଂ ଭ୍ୟାକ୍ସିନ ଷ୍ଟ୍ରେନ(D614G)ର ନ୍ୟୁଟ୍ରିଲାଇଜେଶନରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ।

ଏଥି ପୂର୍ବରୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR)ର ବୈଜ୍ଞାନିକମାନେ ନିଜ ଗବେଷଣାର ପ୍ରାରମ୍ଭିକ ରିପୋର୍ଟରେ ସୂଚନା ଦେଇଥିଲେ କି, ଭାରତୀୟ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭ୍ୟାକ୍ସିନ କରୋନା ଭାଇରସର B.1.617 ବିରୋଧରେ କିଛି ହିଁ ଆଣ୍ଟିବଡି ପ୍ରସ୍ତୁତ କରିପାରୁଛି, କିନ୍ତୁ ଏହି ଭ୍ୟାକ୍ସିନ କରୋନାର ଅନ୍ୟ ଭେରିଏଣ୍ଟ ଉପରେ ପ୍ରଭାବୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.