ମେ ୩୧ ତାରିଖ ପରେ ୧୦ ହଜାର ତଳକୁ ଆସିବ ସଂକ୍ରମଣ, ଜୁନରେ ସୁଧୁରିବ ସ୍ଥିତି

ନୂଆଦିଲ୍ଲୀ(କେ ନ୍ୟୁଜ):  ମେ ୩୧ ତାରିଖ ପରେ ୧୦ ହଜାର ତଳକୁ ଆସିବ ସଂକ୍ରମଣ । ଜୁନ୍‌ ମାସରେ କରୋନାରୁ ମିଳିବ ଆଶ୍ୱସ୍ତି । ଏପରି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଏହା ସହ ଗାଁ ଗୁଡିକୁ ଅଧିକ ଫୋକସ୍‌ କରିବା ଉଚିତ ବୋଲି ମଧ୍ୟ କହିଛନ୍ତି । ଧୀରେ ଧୀରେ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି । କାରଣ ଗାଁରେ ଅଧିକ ଟେଷ୍ଟିଂ ସୁବିଧା ନାହିଁ ।

ଏପରିକି ଅଧିକାଂଶ ଲୋକ ଟେଷ୍ଟ କରିବାକୁ ଇଛୁକ ନାହାନ୍ତି । ତେଣୁ ଦେଶର ଗ୍ରାମଞ୍ଚଳରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଏବେ ରାଜ୍ୟରେ ଫ୍ଲାଟ୍ୟୁ ଷ୍ଟେଜରେ ରହିଛି କରୋନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.