Below header

ମହାକାଳପଡ଼ା : ଷଷ୍ଠ ଗର୍ଭରେ ଯାଆଁଳା ପିଲା, ଏକାଥରେ ଗାଈ ଦୁଇଟି ବାଛୁରୀ ଜନ୍ମ ଦେବା ଘଟଣାକୁ ନେଇ ଚର୍ଚ୍ଚା

ମହାକାଳପଡ଼ା (କେନ୍ୟୁଜ୍‌) : ବେଳେ ବେଳେ କିଛି ବିରଳ ଘଟଣା ଲୋକଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରେ । ଯେମିତି ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କରଂଜ ପଂଚାୟତ ଗୋଖାପଡା ଗ୍ରାମରେ । ଅକ୍ଷୟ ତୃତୀୟା ଦିନ ଚୌଧୁରୀ ସ୍ମିତାରାଣୀ ଦାସଙ୍କ ଘରେ ଏକ ଗାଈ ଏକା ସଙ୍ଗେ ଦୁଇଟି ମାଈ ବାଛୁରୀ ଜନ୍ମ ଦେଇଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

ଗାଈଟିର ଏହା ଷଷ୍ଠ ଗର୍ଭ ଥିଲା । ଏଥିରେ ଏକାସଙ୍ଗେ ଯାଆଁଳା ବାଛୁରୀ ଜନ୍ମ ଦେବା ଏକ ବିରଳ ଘଟଣା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସ୍ମିତାଙ୍କ କହିବା କଥା ଗାଈଟି ପ୍ରତିଦିନ ୭ରୁ ୮ ଲିଟର କ୍ଷୀର ଦେଇଥାଏ । ଘରେ ଥିବା କୁଟାନଡା ଖୁଆଇ ଗାଈ ଠାରୁ ଯାହା ମିଳେ ସେଥିରେ ସେ ବେଶ୍ ଖୁସିରେ ଚଳି ଯାଆନ୍ତି ।

ତେବେ ଗାଇଟି ଏକା ସଙ୍ଗେ ୨ଟି ମାଈ ବାଛୁରୀ ଜନ୍ମ ଦେବା ତାଙ୍କୁ ମଧ୍ୟ ଚକିତ କରିଛି ଏବଂ ସେ ବେଶ୍ ଖୁସି ଅଛନ୍ତି ବୋଲି ସ୍ମିତାରାଣୀ କହିଛନ୍ତି। ଅକ୍ଷୟ ତୃତୀୟାରେ ଯାଆଁଳା ବାଛୁରୀ ଜନ୍ମ ହୋଇଥିବାରୁ ଜଣକର ନାଁ ଅକ୍ଷି ଏବଂ ଆଉ ଜଣକର ନାଁ ସକ୍ଷୀ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.