ଉତ୍ତର ପ୍ରଦେଶ: ଆମ୍ବୁଲାନ୍ସ ହଲୁ ଥିବାରୁ ଲୋକଙ୍କର ହେଲା ସନ୍ଦେହ, ପୋଲିସ ଆସି ଯାଞ୍ଚ କରିବା ପରେ ସାମ୍ନାକୁ ଆସିଲା ଏହି ଲଜ୍ଜାଜନକ ଘଟଣା

କରୋନା ମହାମାରୀ ଭିତରେ ଉତ୍ତର ପ୍ରଦେଶର ବାରାଣସୀରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଲଜ୍ଜାବୋଧ କରିବେ। ଘଟଣାଟି ବାରାଣସୀର ରାମନଗର ଥାନା ଅଞ୍ଚଳରେ ଘଟିଛି। ଏଠାରେ ୩ ଯୁବକ ଏବଂ ଜଣେ ଯୁବତୀ ଏକ ଆମ୍ବୁଲାନ୍ସ ଭିତରୁ ଅସଂଯତ ଅବସ୍ଥାରେ ଧରାପଡିଛନ୍ତି। ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଜେଲ ପଠାଇ ଦେଇଛି।

ପୋଲିସ ମୁତାବକ, ଏହି ଘଟଣା ସେତେବେଳେ ଜଣାପଡିଥିଲା, ଯେତେବେଳେ ଆମ୍ବୁଲାନ୍ସଟି ହଲୁଥିବାର ଲୋକେ ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି ବି ଆମ୍ବୁଲାନ୍ସଟି ସେଠାରୁ ନ ହଟିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ବୁଲାଇ ଛାନଭିନ କରେଇଥିଲେ ଏବଂ ଏହାପରେ ଘଟଣାର ଖୁଲାସା ହୋଇଥିଲା।

ସୂଚନାଥାଉ କି, ଜବତ ଆମ୍ବୁଲାନ୍ସଟି ମଣ୍ଡୁଆଡିହ ଅଞ୍ଚଳରେ ଥିବା ଗଙ୍ଗା ସେବା ସଦନ ନାମକ ଘରୋଇ ହସ୍ପିଟାଲର। ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ଯୁବକଙ୍କୁ ଭଡ଼ାରେ ଚଲାଇବାକୁ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.