ଶିଶୁ ବିକ୍ରି ଘଟଣାରେ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ, ୧୨ ଦିନର ହୋଇଥିବା ବେଳେ ବିକିଦେଇଥିଲା ବାପା

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀରେ ଶିଶୁ ବିକ୍ରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଶିଶୁ ପୁତ୍ରଟିକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଅଭିଯୁକ୍ତଙ୍କୁ ନୟାଗଡ଼ରୁ ପୋଲିସ ଗିରଫ କରିଥିବା ନେଇ ଜଣାଯାଇଛି । କିନ୍ତୁ ଶିଶୁଟିକୁ ୫୦ ହଜାର ଟଙ୍କାରେ ବିକିଥିବା ବାପା ତପନ ପଲେଇର ଏଯାବତ କୌଣସି ସନ୍ଧାନ ମିଳିପାରିନାହିଁ । ଶିଶୁଟିକୁ ବିକ୍ରି କରାଯାଇଥିବା ନେଇ ପ୍ରଥମେ ମା’ ହିଁ ପ୍ରଥମେ ଚାଇଲଡ ଲାଇନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ହିଁ ଡିସିପି, ସି ଡବ୍ଲୁସି, ଡ଼ିସିପିଓ, ନୟାପଲ୍ଲୀ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

child rescued

ଉଦ୍ଧାର କରାଯିବା ପରେ ଶିଶୁପୁତ୍ରକୁ child help ଲାଇନ “ଆମଘର”କୁ ହସ୍ତାନ୍ତର କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନାସିବା ପର୍ଯ୍ୟନ୍ତ ଶିଶୁଟିକୁ ଏହିଠାରେ ହିଁ ରଖାଯିବ । ସୂଚନା ଅନୁଯାୟୀ ଶିଶୁଟିକୁ ମାତ୍ର ବାର ଦିନ ହୋଇଥିବା ବେକେ ତାକୁ ବିକ୍ରି କରାଯାଇଥିଲା । ଏଗାର ମାସ ପରେ ଘଟଣା ସମ୍ନାକୁ ଆସିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.