Below header

ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ଦେଇପାରିଲେ ନାହିଁ, ଦୁଇ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ ହେଲେ ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର

୨୦୧୧ ମସିହାରେ ରସାନନ୍ଦଙ୍କ ଠାରୁ ୧୭ ଲକ୍ଷ ୩ ହଜାର ୯୭୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରାଜ୍ୟ ଭିଜିଲାନ୍ସ ବିଭାଗ ଠାବ କରିଥିଲା । ଏଥିପାଇଁ ଭିଜିଲାନ୍ସ ବିଭାଗ ରସାନନ୍ଦଙ୍କ ନାମରେ ୫/୨୦୧୧ U/S ୧୩(୨) r/w ୧୩(୧)(e) ରେ ସ୍ପେସିଆଲ କୋର୍ଟରେ ମାମଲା ରୁଜ୍ଜୁ କରିଥିଲା

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗ ପରେ ଆଉ ତାର ସଠିକ ହିସାବ ନ ଦେଇ ପାରିବା ପରେ ମାନ୍ୟବର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି । ଜୋରିମନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

୨୦୧୧ ମସିହାରେ ରସାନନ୍ଦଙ୍କ ଠାରୁ ୧୭ ଲକ୍ଷ ୩ ହଜାର ୯୭୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରାଜ୍ୟ ଭିଜିଲାନ୍ସ ବିଭାଗ ଠାବ କରିଥିଲା । ଏଥିପାଇଁ ଭିଜିଲାନ୍ସ ବିଭାଗ ରସାନନ୍ଦଙ୍କ ନାମରେ ୫/୨୦୧୧ U/S ୧୩(୨) r/w ୧୩(୧)(e) ରେ ସ୍ପେସିଆଲ କୋର୍ଟରେ ମାମଲା ରୁଜ୍ଜୁ କରିଥିଲା । ଆଉ ଏହି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣା ପଡ଼ିଛି । ଆଉ ଏହି ଦଣ୍ଡାଦେଶ ପରେ ରସାନନ୍ଦଙ୍କ ପେନସନ ଉପରେ ରୋକ ଲଗାଇଥିବା ମଧ୍ୟ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.