ଧରାପଡିଲା ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାରନାମା, ୬୯ ବର୍ଷରେ ବି କରୁଛନ୍ତି ସରକାରୀ ଚାକିରୀ

ଝାରସୁଗୁଡା: ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାରନାମା । ବୟସ ୬୯ ବର୍ଷ ହେଲେ ମଧ୍ୟ ଏବେବି ଅଛନ୍ତି ସରକାରୀ ଚାକିରୀରେ । ଖାଲି ସେତିକି ନୁହେଁ ନିଜ ଘରେ ପାଖକୁ ବଦଳି ସୁପାରିଶ ପାଇଁ ବିଭିନ୍ନ ସଂସ୍ଥାର ଜାଲି ଦସ୍ତଖତ ନେଇ ମିଛ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଠାରେ ସବସେଣ୍ଟରରେ ଗତ ୨୦୧୧ ମସିହାରେ ଶ୍ରୀମତୀ ରତ୍ନମଣି ଦେଇ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ଲଖନପୁର ସିଏଚସିରୁ ଅବସର ଗ୍ରହଣ କରିଥିଲେ । ହେଲେ ବିଭିନ୍ନ ଜାଲି କାଗଜପତ୍ର ଦର୍ଶାଇ ସେ ପୁଣି ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ୧୧ ମାସ ପାଇଁ ପୁନଃ ନିଯୁକ୍ତି ପାଇଥିଲେ । ତେବେ ୧୧ ମାସ ପାଇଁ ପାଇଥିବା ଠିକା ନିଯୁକ୍ତିରେ ସେ ଏଯାଏଁ ଜିଲ୍ଲା ଖଣିଜ ପାଣ୍ଠିରୁ ଦରମା ପ୍ରାପ୍ତ କରିବା ସହ ବେଲପାହାଡ ସବସେଂଟର କୋଠାକୁ ବଳପୂର୍ବକ କବଜା କରି ରଖିଛନ୍ତି । ତେବେ ବେଲପାହାଡ ନାଗରିକ ମଞ୍ଚ ଓ ବରିଷ୍ଠ ନାଗରିକ ସଂଘର ଜାଲି ଦସ୍ତଖତର ମିଛ ଧରା ପଡିବା ପରେ ସ୍ୱାସ୍ଥ୍ୟକର୍ମୀ ରତ୍ନମଣି ଦେଇଙ୍କ ବିରୋଧରେ ଜିଲ୍ଲାପାଳ ଏବଂ ବିଧାୟକଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.