OnePlus 8 ସ୍ମାର୍ଟଫୋନ ଠାରୁ ବି ପତଳା OnePlus TV 2020 ସିରିଜ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ ଓ ସ୍ପେସିଫିକେସନ୍ସ

ଟେକ କମ୍ପାନୀ ଓ୍ଵାନପ୍ଲସ ଆସନ୍ତା ମାସ ଓ୍ଵାନପ୍ଲସ ଟିଭି ସିରିଜକୁ ଲଞ୍ଚ କରିବ। ତେବେ ଏହି ଟିଭିର ଖାସିୟତ ହେଉଛି ଏହା ଦେଖିବାକୁ ପୂରା ସ୍ଲିମ। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିଭି ଓ୍ଵାନପ୍ଲସ ୮ ଫୋନ ଠାରୁ ବି ପତଳା ଆସିବ। ଏଥିରୁ ଆପଣ ଜାଣିପାରଥିବେ ଯେ ଓ୍ଵାନପ୍ଲସ ୮ ଫୋନ ଯଦି ଏତେ ପତଳା ତାହେଲେ ଏହାଠାରୁ ପତଳା ହୋଇଥିବା ଟିଭି କେତେ ସ୍ଲିମ ହୋଇନଥିବ। ଏହି ସିରିଜ୍‌ ଅନୁଯାୟୀ ୩୨ ଏବଂ ୪୩ ଇଞ୍ଚର ସ୍ମାର୍ଟ ଟିଭିକୁ ବଜାରରେ ପ୍ରବେଶ କରାଯାଇପାରେ। ନିକଟରେ ଓ୍ଵାନପ୍ଲସ ଟିଭି ସିରିଜରେ ଜଡିତ ଅନେକ ରିପୋର୍ଟସ ଲିକ୍‌ ହୋଇଥିଲା, ଯେଉଁଥିରେ ଏହାର ଦାମ ଏବଂ ସ୍ପେସିଫିକସେନ ବିଷୟରେ ସୂଚନା ମିଳିଥିଲା ବୋଲି ଅନୁମାନ କରାଯାଉଛି। ସେହିପରି ଏବେ କମ୍ପାନୀର ସିଇଓ ପେଟେ ଲାଉ ଆଗାମୀ ଓ୍ଵାନପ୍ଲସ ସ୍ମାର୍ଟ ଟିଭିର ସାଇଜକୁ ନେଇ ଏକ ବଡ ଖୁଲାସା କରିଛନ୍ତି।

ଓ୍ଵାନପ୍ଲସ ସ୍ମାର୍ଟ ଟିଭିର ସମ୍ଭାବିତ ସ୍ପେସିଫିକେସନ

ମିଳିଥିବା ସୂଚନା ଅନୁଯାୟୀ ଓ୍ଵାନପ୍ଲସ ସ୍ମାର୍ଟ ଟିଭିରେ ବିଜେଲ-ଲେସ୍‌ ଡିସପ୍ଲେ ରହିଛି, ଯାହା ୟୁଜରଙ୍କ ପିକଚର ଦେଖିବାର ଅନୁଭବକୁ ଆହୁରି ଖାସ୍‌ କରିବ। ଏହାଛଡା ୟୁଜର୍ସଙ୍କୁ ଏହି ସ୍ମାର୍ଟ ଟିଭିରେ ଭଲ ସାଉଣ୍ଡ ପାଇଁ ଡବ୍ଲି ବିଜନର ସପୋର୍ଟ ମିଳିପାରେ। ଯଦିଓ ଏହି ସ୍ମାର୍ଟ ଟିଭିକୁ ନେଇ ଅଧିକ କିଛି ଫିଚର୍ସ ବିଷୟରେ ଜଣାପଡିନାର୍ହି ତଥାପି କୁହାଯାଉଛି ଯେ ଏହି ସ୍ମାର୍ଟ ଟିଭି ଅନ୍ୟ ସ୍ମାର୍ଟ ଟିଭି ଠାରୁ ବହୁତ ଖାସ୍‌ ହେବ।

oneplusଓ୍ଵାନପ୍ଲସ ସ୍ମାର୍ଟ ଟିଭିର ସମ୍ଭାବିତ ଦାମ

ଓ୍ଵାନପ୍ଲସ ମୁତାବକ ଅପକମିଙ୍ଗ୍‌ ସ୍ମାର୍ଟ ଟିଭି ସିରିଜର ପ୍ରାରମ୍ଭିକ ଦାମ ରହିଛି ୨୦,୦୦୦ ଟଙ୍କା। ସେହିପରି ଏହି ସିରିଜର ସ୍ମାର୍ଟ ଟିଭି ବିକ୍ରି କମ୍ପାନୀର ଅଫିସିଆଲ େଓ୍ଵବସାଇଟ୍‌, ଇକମର୍ସ ସାଇଟ୍‌ ଏବଂ ଅଫଲାଇନ ଷ୍ଟୋର ଜରିଆରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.