Below header

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌, ପ୍ରତିବାଦରେ ରସୁଲଗଡ଼ ଛକରେ ଟାୟାର ଜାଳି ରାସ୍ତାରୋକ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌ । ଗୋଟିଏ ଦିନରେ ତିନି ତିନିଟି ଲୁଟ୍‌। ଲୁଟେରାଙ୍କ ଗିରଫ ସହ ସୁରକ୍ଷା ଦାବିରେ ରାସ୍ତାରୋକ। ରସୁଲଗଡ଼ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ। ବାଧାପ୍ରାପ୍ତ ହୋଇଛି ଯାନବାହନ ଚଳାଚଳ। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ସବୁ ଅଟକି ରହିଛି। ଗତକାଲି ଭୋର ୫ଟାରେ ଆଦିମାତା କଲୋନୀର ଉମାକାନ୍ତ ମିଶ୍ରଙ୍କଠାରୁ ପୁଣି ବନ୍ଧୁକ ମୁନରେ ଲୁଟ୍‌ କରିଥିଲେ ଦୁର୍ବୃତ୍ତ। ଅଟୋରେ ସେ ଭୁବନେଶ୍ୱର ଷ୍ଟେସନ୍‌ ଯାଉଥିବା ବେଳେ କଳା ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ଅଟୋକୁ ଅଟକାଇ ସୁନା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିଲେ। ସେହିପରି ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଜଗନ୍ନାଥ ସଡ଼କ ଅଞ୍ଚଳରେ ଥିବା ଏକ ପୁରୁଣା କାର ସୋ ରୁମ୍‌ ଆଗରେ ଜଣେ ଗ୍ରାହକଙ୍କଠାରୁ ଦୁର୍ବୃତ୍ତ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା। ଏଥିସହ ସୋରୁମ୍‌ ମାଲିକଙ୍କୁ ମଧ୍ୟ ମାଡ଼ ମାରି ତାଙ୍କଠୁ ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.